ବର୍ଡର ଗାଭାସ୍କର ଟ୍ରଫି : ଅଷ୍ଟ୍ରେଲିଆର ଦଳ ଘୋଷଣା, ୧୯ ବର୍ଷୀୟ ଖେଳାଳିଙ୍କୁ ମିଳିଲା ସୁଯୋଗ

ଭାରତ-ଅଷ୍ଟ୍ରେଲିଆ ଭିତରେ ଚାଲିଛି ବର୍ଡର ଗାଭାସ୍କର ଟ୍ରଫି । କଡା ଟକ୍କର ଭିତରେ ଚାଲିଥିବା ଏହି ଟେଷ୍ଟ ସିରିଜ୍ ଏବେ ୧-୧ରେ ଅଛି ବରାବର । ଆଉ ଏହାରି ଭିତରେ ଚତୁର୍ଥ ଏବଂ ପଞ୍ଚମ ଟେଷ୍ଟ ପାଇଁ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ । ତେବେ ଏହି ଦଳ ଘୋଷଣାରେ ଅଷ୍ଟ୍ରେଲିଆ ଦଳରେ ହୋଇଛି ବଡ଼ ପରିବର୍ତ୍ତନ । ଓପନର ନାଥନ ମୈକସ୍ୱିନୀଙ୍କୁ ଦଳରୁ ବାହାର କରିବା ସହିତ ଦୀର୍ଘ ଦିନର ବ୍ୟବଧାନ ପରେ ଦଳକୁ ଫେରିଛନ୍ତି ଝାଏ ରିଚର୍ଡସନ୍ । ୧୯ ବର୍ଷୀୟ ସାମ୍ କୋଣ୍ଟାସଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ଦଳରେ ମିଳିଛି ସୁଯୋଗ । ତେବେ ଦୀର୍ଘ ୭୦ ବର୍ଷ ଭିତରେ ଏତେ କମ୍ ବୟସର ଖେଳାଳି ଅଷ୍ଟ୍ରେଲିଆ ଦଳରେ ହେଇନଥିଲେ ସାମିଲ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶେଷ ଦୁଇଟି ଟେଷ୍ଟ ପାଇଁ ଘୋଷଣା କରାଯାଇଥିବା ଦଳରେ ଅନେକ ଖେଳାଳି ନିଜର ସ୍ଥାନ ସୁରକ୍ଷିତ ରଖିପାରିଥିବାବେଳେ, କିଛି ନୂଆ ଖେଳାଳିଙ୍କୁ ମଧ୍ୟ ମିଳିଛି ସୁଯୋଗ। ବ୍ୟାଟ୍ସମ୍ୟାନ୍ ନାଥନ୍ ମୈକସ୍ୱିନୀଙ୍କ ସ୍ଥାନ ନେଇପାରନ୍ତି ସାମ୍ କୋଣ୍ଟାସ୍ । ଅନ୍ୟପଟେ ଦ୍ରୁତ ବୋଲର ଝାଏ ରିଚାର୍ଡସନଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଅଷ୍ଟ୍ରେଲିଆ ବୋଲିଂ ଲାଇନଅପକୁ କରିବ ଅଧିକ ସୁଦୃଢ଼ ।
What's Your Reaction?






