ଶତକ ପରେ ‘ଜୟ ଯବାନ, ଜୟ କିଷାନ’ ଟାଟୁ ଦେଖାଇଲେ ଧ୍ରୁବ ଜୁରେଲ
ଶତକ ମାରିଲେ, ଦେଶ ପାଇଁ ଖେଳିବାର ଗର୍ବ ଦେଖାଇଲେ... ଆଉ ଶତକ ପରେ ଏମିତି ଏକ ସେଲିବ୍ରେସନ୍ କଲେ, ଯାହା ଏବେ ସମସ୍ତଙ୍କ ହୃଦୟ ଜିତୁଛି। ଭାରତୀୟ କ୍ରିକେଟର ଧ୍ରୁବ ଜୁରେଲଙ୍କ ‘ଜୟ ଯବାନ, ଜୟ କିଷାନ’ ଟାଟୁ ସେଲିବ୍ରେସନ୍ ପଛରେ ରହିଛି ପରିବାର ସହ ଜଡ଼ିତ ଏକ ଭାବପୂର୍ଣ୍ଣ କାହାଣୀ ।
ଶତକ ମାରିଲେ, ଦେଶ ପାଇଁ ଖେଳିବାର ଗର୍ବ ଦେଖାଇଲେ... ଆଉ ଶତକ ପରେ ଏମିତି ଏକ ସେଲିବ୍ରେସନ୍ କଲେ, ଯାହା ଏବେ ସମସ୍ତଙ୍କ ହୃଦୟ ଜିତୁଛି। ଭାରତୀୟ କ୍ରିକେଟର ଧ୍ରୁବ ଜୁରେଲଙ୍କ ‘ଜୟ ଯବାନ, ଜୟ କିଷାନ’ ଟାଟୁ ସେଲିବ୍ରେସନ୍ ପଛରେ ରହିଛି ପରିବାର ସହ ଜଡ଼ିତ ଏକ ଭାବପୂର୍ଣ୍ଣ କାହାଣୀ । ଶ୍ରୀଲଙ୍କା ବିପକ୍ଷରେ କଲମ୍ବୋ ଟେଷ୍ଟର ଦ୍ୱିତୀୟ ଦିନରେ ଧ୍ରୁବ ଜୁରେଲ ଖେଳିଛନ୍ତି ଜବରଦସ୍ତ ଇନିଂସ୍। ଦୀର୍ଘ ସମୟ କ୍ରିଜ୍ରେ ରହି ଧୈର୍ଯ୍ୟ ଓ ଦମଦାର ବ୍ୟାଟିଂର ନଜର ଦେଖାଇ ସେ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଜୁରେଲ ନାବାଦ ୧୧୫ ରନ୍ କରି ଭାରତର ବଡ଼ ସ୍କୋରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। କିନ୍ତୁ ଶତକ ପରେ ତାଙ୍କ ସେଲିବ୍ରେସନ୍ ହିଁ ଏବେ ଚର୍ଚ୍ଚାର କେନ୍ଦ୍ରରେ। ଶତକ ପୂରା କରିବା ପରେ ଜୁରେଲ ପ୍ରଥମେ ସଲାମ କରିଥିଲେ। ଏହାପରେ ନିଜ ବାଇସେପ୍ରେ ଥିବା ‘ଜୟ ଯବାନ, ଜୟ କିଷାନ’ ଟାଟୁ ଦେଖାଇଥିଲେ । ତେବେ ଏହି ଟାଟୁ କେବଳ ଏକ ସ୍ଲୋଗାନ୍ ନୁହେଁ। ଏହା ଧ୍ରୁବଙ୍କ ପରିବାରର ମୂଳ ଓ ସଂଘର୍ଷ ସହ ଜଡ଼ିତ। ଧ୍ରୁବ ନିଜେ କହିଛନ୍ତି, ତାଙ୍କ ଜେଜେବାପା ଚାଷୀ ଥିଲେ ଏବଂ ତାଙ୍କ ବାପା ସେନାରେ ଥିଲେ ।
ସେହି ଦୁଇ ମଣିଷଙ୍କ ସ୍ମୃତି ଓ ନିଜ ମୂଳକୁ କେବେ ନ ଭୁଲିବା ପାଇଁ ସେ ଏହି ଟାଟୁ କରିଛନ୍ତି। ଶତକ ପରେ ତାଙ୍କ ସଲାମ ମଧ୍ୟ ବାପା ଓ ଜେଜେବାପାଙ୍କୁ ସମର୍ପିତ ଥିଲା। ଏହି ଇନିଂସ୍ରେ ଧ୍ରୁବଙ୍କ ସହ ଋଷଭ ପନ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ କରିଥିଲେ। ଦୁଇ ୱିକେଟକିପର ବ୍ୟାଟରଙ୍କ ମଧ୍ୟରେ ୧୧୨ ରନ୍ର ଭାଗିଦାରୀ ହୋଇଥିଲା। ପନ୍ତ ୬୩ ରନ୍ କରିଥିବା ବେଳେ ଜୁରେଲ ନିଜ ଶୈଳୀରେ ଇନିଂସ୍କୁ ଆଗକୁ ବଢ଼ାଇଥିଲେ। ଶତକ ପୂର୍ବରୁ ମଧ୍ୟ ଧ୍ରୁବଙ୍କ ନର୍ଭସନେସ୍ ଦେଖିବାକୁ ମିଳିଥିଲା। ୯୯ ରନ୍ରେ ପହଞ୍ଚିବା ପରେ ଶତକ ପାଇଁ ତାଙ୍କୁ ୧୩ଟି ବଲ୍ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ଏକ ରନ୍ ପାଇଁ ଡାଇଭ୍ ମାରି ସେ ଶତକ ପୂରଣ କରିଥିଲେ। ତେଣୁ ଧ୍ରୁବ ଜୁରେଲଙ୍କ ଏହି ଶତକ କେବଳ ସ୍କୋରବୋର୍ଡରେ ଏକ ସଂଖ୍ୟା ନୁହେଁ... ଏହା ଜଣେ ସୈନିକ ବାପା ଓ ଚାଷୀ ଜେଜେବାପାଙ୍କ ପ୍ରତି ଜଣେ ପୁଅ ଓ ନାତିର ସମ୍ମାନ। ‘ଜୟ ଯବାନ, ଜୟ କିଷାନ’ ଟାଟୁ ଦେଖାଇ ଧ୍ରୁବ ନିଜ ମୂଳକୁ ସଲାମ କରିଛନ୍ତି ।
What's Your Reaction?