ଭୁବନେଶ୍ୱର ଜନତା ମୈଦାନରେ ପ୍ରବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ଜନତା ମଇଦାନଠାରେ ଆୟୋଜିତ ହୋଇଥିବା ୧୮ତମ ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଆଜି ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଏହାପରେ ପ୍ରବାସୀମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆପଣମାନଙ୍କ ପାଇଁ ମୁଁ ଆଜି ବିଦେଶରେ ଗର୍ବିତ। ଭାରତୀୟମାନେ ଯେଉଁଠିକି ଯାଆନ୍ତି ସେଠିକାର ନିୟମ ସହ ଯୋଡ଼ି ହୋଇଯାଆନ୍ତି। ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମର ଦାୟିତ୍ୱ। ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଆମେ ଦେଉଛୁ ଗୁରୁତ୍ୱ। ପୂର୍ବରୁ ପ୍ରବାସୀମାନେ ସାହାଯ୍ୟ କରୁଥିଲେ। ଏବେ ସମୟ ବଦଳିଛି। ଆମେ ପ୍ରବାସୀଙ୍କୁ ଗୁରୁତ୍ୱ ଦେଉଛୁ।ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ବିକାଶରେ ଆପଣଙ୍କ ଯୋଗଦାନ ପ୍ରଶଂସାଯୋଗ୍ୟ। ଆପଣଙ୍କ ଯୋଗଦାନ ବିକଶିତ ଭାରତ ଯାତ୍ରାକୁ ଆହୁରି ଶକ୍ତି ଦେବ। ଆପଣ ଛୋଟ ଛୋଟ ସହରରେ ନିଜ ପିଲାଙ୍କୁ ବୁଲାନ୍ତୁ। ଅତିକମ୍ରେ ନିଜର ୫ ଜଣ ବନ୍ଧୁଙ୍କୁ ସାଙ୍ଗରେ ଆଣନ୍ତୁ। ଭାରତର ପ୍ରକୃତ ଇତିହାସକୁ ଆଗକୁ ଆଣନ୍ତୁ। ଯେଉଁଠି ବି ରୁହନ୍ତୁ ଆମର ପ୍ରକୃତ ଇତିହାସ ଜଣାନ୍ତୁ। ଯେଉଁଠି ରହୁଛନ୍ତି, ସେଠି ପୁରସ୍କାର ସମାରୋହ ଆୟୋଜନ କରାନ୍ତୁ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ମୂଳ ନିବାସୀଙ୍କୁ ପୁରସ୍କୃତ କରନ୍ତୁ। ଏଥିରେ ଆପଣଙ୍କୁ ଭାରତୀୟ ଦୂତାବାସ କରିବ ସହଯୋଗ। କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ । ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ; ସବୁଠି ଉତ୍ସବର ବାତାବରଣ। ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ। ଏହାକୁ ସ୍ମରଣ ପାଇଁ ବାଲିଯାତ୍ରା ଆୟୋଜନ ହୁଏ। ଧଉଳି ଶାନ୍ତିର ପ୍ରତୀକ। ମୁଁ ଆପଣମାନଙ୍କୁ ଥ୍ୟାଙ୍କ ୟୁ କହିବାକୁ ଚାହୁଁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
What's Your Reaction?