ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ ; ନବୀନଙ୍କୁ ଛାଡ଼ିଲେ ରହିବନି ଦଳ
Ahead of the BJD Foundation Day, senior party leader Bhupinder Singh has made an explosive statement, triggering a political stir across the state. He issued a clear warning, saying that if anyone other than Naveen Patnaik is given the leadership of the party, the Biju Janata Dal (BJD) will split into factions. According to Bhupinder Singh, BJD has no existence without Naveen Patnaik, and it is impossible for the party to survive in the future without his leadership. He further stated that this is not the right time to project any new face as the leader of the party. He alleged that certain groups within the party are trying to bring in a new leader, a move that Naveen Patnaik is well aware of. However, Bhupinder Singh asserted firmly that such attempts will not succeed.
ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଏକ ବିସ୍ଫୋରକ ବୟାନ ଦେଇଛନ୍ତି ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ,ଯାହାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଇଚଇ। ସେ ସ୍ପଷ୍ଟ ଭାବରେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ନବୀନ ପଟ୍ଟନାୟକଙ୍କୁ ଛାଡ଼ି କୌଣସି ନୂଆ ଲୋକଙ୍କୁ ଦଳର ନେତୃତ୍ୱ ଦିଆଯାଏ, ତେବେ ଭାଗ ଭାଗ ହୋଇଯିବ ବିଜେଡି । ଭୂପିନ୍ଦରଙ୍କ ଅନୁସାରେ, ନବୀନ ପଟ୍ଟନାୟକଙ୍କ ବିନା ବିଜେଡିର କୌଣସି ଅସ୍ତିତ୍ୱ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କ ବିନା ଦଳ ତିଷ୍ଠି ରହିବା ଅସମ୍ଭବ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଦଳରେ କୌଣସି ନୂଆ ଚେହେରାକୁ ନେତୃତ୍ୱକୁ ଆଣିବା ପାଇଁ ଏହା ଠିକ୍ ସମୟ ନୁହେଁ । ଦଳ ଭିତରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ନୂଆ ଲୋକଙ୍କୁ ଆଣିବାକୁ ଚେଷ୍ଟା କରୁଛନ୍ତି, ଯାହା ବିଷୟରେ ଭଲ ଭାବେ ଅବଗତ ଅଛନ୍ତି ନବୀନ ପଟ୍ଟନାୟକ । କିନ୍ତୁ ଏଭଳି ପ୍ରୟାସ ସଫଳ ହେବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଭୂପିନ୍ଦର ସିଂ।
What's Your Reaction?