ମତଦାନରେ ଭାରତର ବିଶ୍ବ ରେକର୍ଡ : ମୁଖ୍ଯ ନିର୍ବାଚନ କମିଶନର

Jun 3, 2024 - 15:15
 0  4
ମତଦାନରେ ଭାରତର ବିଶ୍ବ ରେକର୍ଡ : ମୁଖ୍ଯ ନିର୍ବାଚନ କମିଶନର

ନିର୍ବାଚନ ଫଳାଫଳ ପୂର୍ବରୁ ଆଜି ଇତିହାସରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୪ ମତଦାନକୁ ନେଇ ସିଇସି ରାଜୀବ କହିଛନ୍ତି ଯେ ,ଚଳିତ ନିର୍ବାଚନ ମତଦାନ ସାରା ବିଶ୍ୱରେ ସୃଷ୍ଟି କରିଛି ଐତିହାସିକ ରେକର୍ଡ  । ଏହାଛଡା ମତଦାନ ଦେଇଛନ୍ତି ସବୁଠୁ ଅଧିକ ସଂଖ୍ୟକ ଭୋଟର । ବିଶେଷ କରି ଜମ୍ମୁ-କାଶ୍ମୀର ଭଳି ସମ୍ବଦନଶୀଳ ଅଞ୍ଚଳରେ ଚଳିତ ବର୍ଷ ସର୍ବାଧିକ ଭୋଟର ମତଦାନ କରିଛନ୍ତି । ଏହାସହ ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ନିର୍ବାଚନରେ ସର୍ବାଧିକ ମହିଳା ଭୋଟର ନିଜର ମତସାବ୍ୟସ୍ତ କରିଛନ୍ତି । ଏଥର ୩୧ କୋଟି ମହିଳା ଭୋଟ୍ ଦେଇଛନ୍ତି, ଯାହା କି ପ୍ରଥମ ଥର ପାଇଁ ସୃଷ୍ଟି କରିଛି ରେକର୍ଡ  ।ସେ ଆହୁରି କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ୩୧କୋଟି ମହିଳାଙ୍କ ସମେତ ୬୪ କୋଟିରୁ ଅଧିକ ମତଦାତା ନିଜର ମତାଧିକାର ସାବ୍ଯସ୍ତ କରି ସାରା ବିଶ୍ୱରେ ରେକର୍ଡ କରିଛନ୍ତି । ଏହି ସଂଖ୍ୟା ଜି-୭ ଦେଶର ଭୋଟରଙ୍କ ତୁଳନାରେ ୧.୫ ଗୁଣ ଏବଂ ସମସ୍ତ ୟୁରୋପୀୟ ସଂଘର ୨୭ଟି ଦେଶର ଭୋଟରଙ୍କ ତୁଳନାରେ ୨.୫ ଗୁଣ ସର୍ବାଧିକ ।କେବଳ ଏତିକି ନୁହେଁ ଏଥର ସବାଧିକ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତି ମଧ୍ୟ ମତଦାନ କରିଛନ୍ତି । ଏହସହ ମତଦାନରେ ନିଜର ଶ୍ରମ ଦାନ କରିଥିବା ସମସ୍ତ ପୋଲିଂ ପାର୍ଟିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ରାଜୀବ କୁମାର ।

What's Your Reaction?

like

dislike

love

funny

angry

sad

wow