ବର୍ତ୍ତମାନ ସୁଦ୍ଧା ୫୦ ସିଟରେ ଆଗୁଆ ବିଜେପି, ୩୫ ସିଟରେ ଆଗୁଆ ବିଜେଡି

Jun 4, 2024 - 11:06
 0  4
ବର୍ତ୍ତମାନ ସୁଦ୍ଧା ୫୦ ସିଟରେ ଆଗୁଆ ବିଜେପି, ୩୫ ସିଟରେ ଆଗୁଆ ବିଜେଡି

ଚାଲିଛି ଭୋଟ୍ ଗଣତି । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡରେ, ରାଜ୍ୟରେ ବିଜେପି ଆଗରେ ଚାଲୁଥିବାବେଳେ, ପଛରେ ପଡିଛି ବିଜେଡି । ୧୪୭ ବିଧାନସଭା ଆସନରୁ ୯୪ ବିଧାନସଭା କ୍ଷେତ୍ରର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ତା ଭିତରୁ ୫୦ଟି ସିଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । ସେହିପରି ୩୫ ଆସନରେ ବିଜେଡି ପ୍ରାର୍ଥୀ ଏବଂ ୭ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି । ଘଷିପୁରା ଆସନରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ଯ ରହିଛନ୍ତି ଆଗୁଆ ।

What's Your Reaction?

like

dislike

love

funny

angry

sad

wow