ମନ୍ତ୍ରୀଙ୍କ ବାସଭବନ ଆଗରେ ଆରଆଇ ଆଶାୟୀଙ୍କ ଘେରାଉ
ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି ଆରଆଇ ପରୀକ୍ଷା ଦେଇଥିବା ପରିକ୍ଷାର୍ଥୀ। ପରୀକ୍ଷାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ସହ ଅନଲାଇନ୍ ପରୀକ୍ଷାକୁ ବିରୋଧ କରି ସେମାନେ କରିଛନ୍ତି ଘେରାଉ। ଏଥିସହ ଅନଲାଇନ୍ ବଦଳରେ ଅଫଲାଇନ କରିବାକୁ ସେମାନେ କରିଛନ୍ତି ଦାବି । ଏ ନେଇ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତିଙ୍କୁ ଜଣାଇ ବି ମିଳିନି କୌଣସି ସୁଫଳ। ଗତକିଛିଦିନ ପୂର୍ବରୁ ଆରଆଇ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଆସିଥିଲା ଅଭିଯୋଗ ,ଯେଁଉଥିରେ ଗିରଫ ହୋଇଛନ୍ତି ବୌଦ୍ଧର କିଛି ଅଭିଯୁକ୍ତ।
What's Your Reaction?