ନିଜ ଆବାସ ଘର ପାଇଁ ନିଜେ ସର୍ବେକ୍ଷଣ କରିବେ ଲୋକେ

ନିଜ ଆବାସ ଘର ପାଇଁ ନିଜେ ସର୍ବେକ୍ଷଣ କରିବେ ଲୋକେ

ଏଣିକି ନିଜ ଆବାସ ଘର ପାଇଁ ନିଜେ ସର୍ବେକ୍ଷଣ କରିବେ ଲୋକେ। ଅଣଦେଖା ହେବେନି କେହି ଯୋଗ୍ୟ ହିତାଧିକାରୀ।ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ଘର। ଏଥିପାଇଁ ଆସନ୍ତା ଡ଼ିସେମ୍ବର ମାସରେ ଗାଁ ଗାଁ ରେ କରାଯିବ କ୍ୟାମ୍ପ । ଏହା ସହ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଦିଆଯିବ ଅଗ୍ରାଧିକାର । ଏହି ସମୟ ଭିତରେ  ତାଲିମ ସହ ଅନଲାଇନରେ ଆବେଦନର ଷ୍ଟାଟସ୍ କିପରିଯାଞ୍ଚ କରିବେ ସେନେଇ  ମଧ୍ୟ ତାଲିମ୍ ଦିଆଯିବ ବୋଲି ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ମୋଟରସାଇକେଲ, ଫ୍ରିଜ୍‌ ଓ ଲ୍ୟାଣ୍ଡଲାଇନ ଫୋନ୍‌ ଥିଲେ ଆବାସ ଘର ମିଳିବନି ବୋଲି ନିୟମ ଥିଲା । କିନ୍ତୁ ଏଥର ସବୁ ଥିଲେ ବି ମିଳିବ ଆବାସ ଘର। ସେହିପରି ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ ହଜାର  ରହିଥିବାବେଳେ ବର୍ତ୍ତମାନ ଏହାକୁ  କରାଯାଇଛି ୧୫ ହଜାର।