ଆମେରିକାର ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପର ଖଣ୍ଡନ

ଆମେରିକାର ଲାଞ୍ଚ ଅଭିଯୋଗକୁ ଆଦାନୀ  ଗ୍ରୁପର ଖଣ୍ଡନ

ଆମେରିକାର ଲାଞ୍ଚ ଅଭିଯୋଗକୁ ଖଣ୍ଡନ କରିଛି ଆଦାନୀ ଗ୍ରୁପ୍‌ । ଭାରତର ସବୁଠୁ ଧନୀ ତଥା ବ୍ୟବସାୟୀ ଗୌତମ ଆଦାନୀ ଓ ତାଙ୍କ କମ୍ପାନୀ ଉପରେ ଆମେରିକା ଲାଗାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ଆଦାନୀ ଗ୍ରୀନ ଏନର୍ଜୀ । ଗ୍ରୁପ୍ ଏକ ବିବୃତ୍ତି ଜାରି କରି କହିଛି ଯେ, ଲାଞ୍ଚ ଅଭିଯୋଗ ସହ ଜଡିତ ସମସ୍ତ ଖବର ଭିତ୍ତିହୀନ ଏବଂ କପୋଳକଳ୍ପିତ । ଗୌତମ ଆଦାନୀ, ସାଗର ଆଦାନୀ ଏବଂ ବରିଷ୍ଠ ନିର୍ଦ୍ଦେଶକ ବିନୀତ ଜୈନ ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଲାଞ୍ଚ ଅଭିଯୋଗରୁ ମୁକ୍ତ । ଆମେରିକାର ଦୁର୍ନୀତି ଅଭ୍ୟାସ ଆକ୍ଟ ଅନୁଯାୟୀ, ଲଗାଯାଇଥିବା ସମସ୍ତ ଅଭିଯୋଗ ଖବରର  ନାହିଁ କୌଣସି ସତ୍ୟତା ।ଅନ୍ୟପଟେ ଆଜି ପୁଣି ସଂସଦରେ ଉଠିଥିଲା ଆଦାନୀ ଝଡ଼।  ଶିଳ୍ପପତି ଆଦାନୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।