ମୋ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ:ନବୀନ ପଟ୍ଟନାୟକ

May 30, 2024 - 14:54
 0  10
ମୋ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ:ନବୀନ ପଟ୍ଟନାୟକ

 ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବଡ ବୟାନ ଦେଇଛନ୍ତି ବିଜେଡି ମୂଖ୍ୟ ନବୀନ ପଟ୍ଟନାୟକ। ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ନବୀନ କହିଛନ୍ତି ଯେ,ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବରଂ ଉତ୍ତରାଧିକାରୀ କିଏ ହେବ ତାହା ରାଜ୍ୟବାସୀ ନିଷ୍ପତ୍ତି ନେବେ। କାହିଁକି ଏମିତି ଅପପ୍ରଚାର କରାଯାଉଛି ତାହା ବୁଝିପାରୁନି । ପାଣ୍ଡିଆନ ନିର୍ବାଚନ ମଧ୍ୟ ଲଢୁନାହାନ୍ତି ବୋଲି କହିଛନ୍ତି ନବୀନ । ସେ ଆହୁରି କହିଛନ୍ତି ଯେ, ମୁଁ ସରକାରରେ ସବୁ ନିଷ୍ପତ୍ତି ନିଏ। ବିରୋଧୀ ଏଭଳି ଅଭିଯୋଗ ପୂର୍ବରୁ ମଧ୍ୟ ଆଣିଛନ୍ତି  ।ମୁଁ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରେ। କୌଣସି କ୍ୟାବିନେଟ ବୈଠକ ହୋଇନାହିଁ ଯେଉଁ ବୈଠକରେ ମୁଁ ଅଧ୍ୟକ୍ଷତା କରିନାହିଁ।ଏହାସହ ନବୀନ କହିଛନ୍ତି ଯେ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମାସେ ହେଲା ଖରାରେ ପ୍ରଚାର କରୁଛି। ରାଜ୍ୟବାସୀଙ୍କ ସେବା କରିବାକୁ ସମ୍ପୂର୍ଣ୍ଣ ଫିଟ୍ ରହିଛି । ହତାଶ ହୋଇ ମିଥ୍ୟା ପ୍ରଚାର କରୁଛି ବିଜେପି। ଯଦି ପ୍ରଧାନମନ୍ତ୍ରୀ ସତରେ ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ  ତେବେ ଫୋନ କରି ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ପାରିଥାନ୍ତେ । ନିର୍ବାଚନ ସମୟରେ ଏଭଳି କହିବା କେବଳ ଭୋଟ ପାଇଁ ବୋଲି କହିଛନ୍ତି ନବୀନ ।

What's Your Reaction?

like

dislike

love

funny

angry

sad

wow