ଯାଜପୁର ବଡ଼ଚଣାରେ ମୁଖ୍ୟମନ୍ତ୍ରୀ

Sep 29, 2024 - 15:31
 0  4
ଯାଜପୁର ବଡ଼ଚଣାରେ ମୁଖ୍ୟମନ୍ତ୍ରୀ

ସାରା ଦେଶରେ ଚାଲିଛି ବିଜେପିର ସଦସ୍ୟତା ଅଭିଯାନ । ଏହି କ୍ରମରେ ଆଜି  ଯାଜପୁର ଜିଲ୍ଲାର ବଡ଼ଚଣା ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସଦସ୍ୟତା ଅଭିଯାନକୁ ବ୍ୟାପକ କରିବାକୁ ଦଳୀୟ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଭାରେ ବିଜେଡି ଉପରେ ପ୍ରବଳ ବର୍ଷି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨୪ ବର୍ଷଧରି ଚାଲିଥିଲା ଏକ ଦୁର୍ନୀତିଗ୍ରସ୍ଥ ସରକାର । ଏହି ଦୁର୍ନୀତିଗ୍ରସ୍ଥ ସରକାରକୁ ବିଦା କରିବାରେ ବଡ ଭୂମିକା ଗ୍ରହଣ କରିଛନ୍ତି ଯାଜପୁରବାସୀ  । ପ୍ରଣବ ପ୍ରକାଶ ଦାସଙ୍କ ନାମ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ  । ସେ ଆହୁରି କହିଛନ୍ତି ଯେ, ପ୍ରଚ୍ଛଦପଟ୍ଟରେ ଥାଇ ରାଜ୍ୟ ଚଳାଉଥିଲେ ଯାଜପୁରର ଜଣେ ନେତା। ହେଲେ ରାଜ୍ୟ ଚଳାଇବା ପରିବର୍ତ୍ତେ କେବଳ ନିଜର ପତିଆରା ବୃଦ୍ଧି କରିବା କାମରେ ସେ ଲାଗିଥିଲେ  । ଯାଜପୁର ଜିଲ୍ଲାକୁ ମୁଖ୍ୟତ ତିନୋଟି ପରିବାର ବିକାଶର ଡେଙ୍ଗୁରା ପିଟି ବିନାଶ କରିଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ  । 

What's Your Reaction?

like

dislike

love

funny

angry

sad

wow