ରାଉରକେଲା ରେଳ ଷ୍ଟେସନ ପରିସରରେ ଲଜ୍ଜା : ଜଣେ ମହିଳା ରେଳଯାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

Sep 4, 2026 - 14:38
 0  2
ରାଉରକେଲା ରେଳ ଷ୍ଟେସନ ପରିସରରେ ଲଜ୍ଜା : ଜଣେ ମହିଳା ରେଳଯାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲାରେ ଲଜ୍ଜା। ବିଶ୍ବାସରେ ବିଷ ମିଶାଇଲେ ରେଳ କର୍ମଚାରୀ। କନଫର୍ମ ଟିକେଟ ଦେବାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ। ରାଉରକେଲା ରେଳ ଷ୍ଟେସନ ପରିସରରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ 

 ରାଉରକେଲାରେ ଲଜ୍ଜା। ବିଶ୍ବାସରେ ବିଷ ମିଶାଇଲେ ରେଳ କର୍ମଚାରୀ। କନଫର୍ମ ଟିକେଟ ଦେବାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ। ରାଉରକେଲା ରେଳ ଷ୍ଟେସନ ପରିସରରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ। ୧ ନମ୍ବର ପ୍ଲାଟଫର୍ମ ପାର୍ଶ୍ୱରେ ଥିବା ଅଫିସର ରେଷ୍ଟ ହାଉସ୍‌ ନିକଟ ରେଳବାଇ ଭାଲ୍‌ଭ ରୁମ୍‌ରେ ୨୦ ବର୍ଷୀୟା ଯୁବତୀଙ୍କୁ ଜଣେ ରେଳ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ରାଉରକେଲା ଜିଆର୍‌ପି ୫୪ ବର୍ଷୀୟ ଅଭିଯୁକ୍ତ କପିଳେଶ୍ୱର ସିଂହଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ନୂଆପଡ଼ା ଥାନା ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀ ବେଙ୍ଗାଲୁରୁ ଯିବା ପାଇଁ ରାଉରକେଲା ରେଳଷ୍ଟେସନରେ ପହଞ୍ଚିଥିଲେ। ତାଙ୍କ ପାଖରେ କନଫର୍ମ ଟିକେଟ ନଥିବାରୁ ସେ ଷ୍ଟେସନର ମୁଖ୍ୟ ଦ୍ୱାରରେ ଛିଡ଼ା ହୋଇଥିଲେ।

ଏହି ସମୟରେ ଷ୍ଟେସନରେ ଆଇଓଡବ୍ଲ୍ୟୁ ବିଭାଗରେ କାର୍ଯ୍ୟରତ ଭାଲ୍‌ଭ ମ୍ୟାନ୍ କପିଳେଶ୍ୱର ସିଂଙ୍କ ସହ ତାଙ୍କର ଦେଖା ହୋଇଥିଲା। ଯୁବତୀ ଜିଆର୍‌ପିକୁ ବୟାନ ଦେଇ କହିଛନ୍ତି, କନଫର୍ମ ଟିକେଟ ଦେବା ପ୍ରତିଶ୍ରୁତି ଦେଇ ରେଳ କର୍ମଚାରୀ ତାଙ୍କୁ ପ୍ଲାଟଫର୍ମ ନମ୍ବର-୧ ପାର୍ଶ୍ୱରେ ଥିବା ଅଫିସର ରେଷ୍ଟ ହାଉସ ନିକଟକୁ ନେଇ ଯାଇଥିଲେ। ସେଠାରେ ଥିବା ଭାଲ୍‌ଭ ରୁମ୍‌ରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଜିଆର୍‌ପି ଟିମ୍ ଯୁବତୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପୀଡ଼ିତାଙ୍କର ରାଉରକେଲା ସରକାରୀ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହାପରେ ରାଉରକେଲା ଜିଆରପି ଥାନାରେ ମାମଲା ରୁଜୁ କରାଯାଇଛି। 

What's Your Reaction?

like

dislike

love

funny

angry

sad

wow