ଅରବିନ୍ଦ ମହାପାତ୍ରଙ୍କ ବିସ୍ଫୋରକ ବୟାନ

Expelled BJD leader and Patkura MLA Arvind Mahapatra has once again made a strong statement. He said that Chief Minister Naveen Patnaik failed to answer the questions he raised earlier. He had demanded a probe into corruption and betrayal, but received no response. He added that he will question Naveen again in the Assembly. Arvind also said he will vote in the Rajya Sabha election after seeing the candidates. Now being independent, he will raise issues independently in the Assembly.

Feb 13, 2026 - 15:38
 0  0
ଅରବିନ୍ଦ ମହାପାତ୍ରଙ୍କ ବିସ୍ଫୋରକ ବୟାନ

ଆଜି ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିରୁ ବିତାଡ଼ିତ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ସେ ଆଜି ପୁଣି ସମାନ କଥା ଦୋହରାଇ କହିଛନ୍ତି ଯେ, ନବୀନଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲି ତା’ର ଉତ୍ତର ସେ ଦେଇପାରିଲେନି। ଦୁର୍ନୀତି, ବିଶ୍ୱାସଘାତକତା ବାବଦରେ ସତ୍ୟାସତ୍ୟ ଯାଞ୍ଚ ପାଇଁ ଦେଇଥିଲି ଆହ୍ୱାନ। ମାତ୍ର ସେ କୌଣସି ଉତ୍ତର ଦେଇପାରିଲେନି। ତେବେ ବିଧାନସଭାରେ ଦେଖା ହେଲେ ପଚାରିବି ବୋଲି କହିଛନ୍ତି ଅରବିନ୍ଦ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ ଦେଖି ଦେବି ଭୋଟ୍‌। ମୁଁ ଏବେ ସ୍ବାଧୀନ,ତେଣୁ ବିଧାନସଭାରେ ସ୍ବାଧୀନ ଭାବେ ଉଠାଇବି ପ୍ରସଙ୍ଗ।

What's Your Reaction?

like

dislike

love

funny

angry

sad

wow