ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ମୋତେ ଗଭୀର ଆଘାତ ଦେଇଛି : ନବୀନ
![ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ମୋତେ ଗଭୀର ଆଘାତ ଦେଇଛି : ନବୀନ](https://kalingascroll.in/uploads/images/202406/image_870x_666943cbef59b.jpg)
ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାକୁ ନେଇ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ । ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ନିଶାଣ କରି କହିଛନ୍ତି ଯେ,ରାଜ୍ୟରେ ଭୁଷୁଡ଼ି ପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି । ଏହି ଘଟଣା ପାଇଁ ଦୁଃଖିତ ବୋଲି କହିଛନ୍ତି ନବୀନ ।ଏଥିସହ ନବୀନ ନିଜ ସରକାରର ଉଦାହରଣ ଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଯେତେବେଳେ ସରକାରରେ ଥିଲି, ସେତେବେଲେ ମନ୍ତ୍ରୀ,ବିଧାୟକ, ସାଂସଦ କିମ୍ବା କୌଣସି ସରକାରୀ କର୍ମଚାରୀ ନିୟମ ଭାଙ୍ଗିଲେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା । ତେଣୁ ବର୍ତ୍ତମାନର ରାଜ୍ୟ ସରକାର ଆଇନ୍ ଅନୁସାରେ କାମ କରିବା ଉଚିତ୍ ବୋଲି କହିଛନ୍ତି ନବୀନ ।ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ସମୟରେ ରାଜ୍ୟପାଳଙ୍କ ପୁଅ ଜଣେ ଏଏସଓଙ୍କୁ ମାଡ ମାରିବା ନେଇ ହେଇଥିଲା ଅଭିଯୋଗ । ରାଜ୍ୟପାଳଙ୍କ ପୁଅ ଭିଆଇପି କାର୍ ପାଇଁ ତାଙ୍କୁ ମାଡ ମାରିଥିବା ମିଳିଥିଲା ସୂଚନା । ଆଉ ଏହାକୁ ନେଇ ତମ୍ବିତୋଫାନ ମଧ୍ୟ କରିଥିଲେ ବିରୋଧୀ । ହେଲେ ଏହାରି ଭିତରେ ସମ୍ପୃକ୍ତ ଏଏସଓଙ୍କୁ ବଦଳି ମଧ୍ୟ କରିଦିଆଯାଇଥିଲା । ଯାହାକୁ ନେଇ ତେଜିଥିଲା ରାଜନୀତି ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)