ରାଜ୍ୟରେ ଆହୁରି ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ଗ୍ରୀଷ୍ମ ପ୍ରବାହ

ଓଡ଼ିଶାରେ ଆହୁରି ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ଗ୍ରୀଷ୍ମ ପ୍ରବାହ । ୨ରୁ ୩ ଡିଗ୍ରି ବଢ଼ିବ ତାପମାତ୍ରା । ମୌସୁମୀ ଆଗକୁ ନବଢିବାରୁ ସାରା ରାଜ୍ୟରେ ଲାଗି ରହିବ ଏଭଳି ସ୍ଥିତି । ଦୁଇ ଦିନ ତଳେ ମାଲକାନଗିରି ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ କରିଥିଲା ଆକଳନ । ହେଲେ ମୌସୁମୀ ସକ୍ରିୟ ହେବାକୁ ପାଗ ଅନୁକୂଳ ନ ଥିବାରୁ ମାଲକାନଗିରିରେ ହିଁ ଅଟକି ରହିଯାଇଛି। କେବେ ମୌସୁମୀ ଆଗକୁ ବଢ଼ିବ ସେନେଇ ମଧ୍ଯ କରାଯାଇନାହିଁ କୌଣସି ଆକଳନ।
What's Your Reaction?






