ଶିଖ୍ ଦଙ୍ଗା ଘଟଣା: ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ

୧୯୮୪ ଶୀଖ୍ ବିରୋଧୀ ଦଙ୍ଗା ଓ ହତ୍ୟା ସହିତ ଜଡିତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସର ପୂର୍ବ ସାଂସଦ ସଜ୍ଜନ କୁମାର।ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ରାଓଜ ଏଭିନ୍ୟୁ ଅଦାଲତ। ଏନେଇ ଆସନ୍ତା ୧୮ ତାରିଖରେ ହେବ ଦଣ୍ଡବିଧାନ ଶୁଣାଣି। ୧ ନଭେମ୍ବର ୧୯୮୪ରେ ଦିଲ୍ଲୀର ସରସ୍ବତୀ ବିହାରରେ ଯଶଓ୍ବନ୍ତ ସିଂହ ଏବଂ ତାଙ୍କ ପୁଅ ତରୁଣଦୀପ ସିଂହଙ୍କୁ କରାଯାଇଥିଲା ।ମୃତକ ଦୁଇ ବାପା-ପୁଅ ଥିଲେ ସିଖ୍ । ବାପ-ପୁଅଙ୍କ ଏକ ଘର ଭିତରେ ଜିଅନ୍ତା ପୋଡି ମାରିଦେଇଥିଲେ ଆକ୍ରମଣକାରୀ ଦଳ। ଯାହାର ନେତୃତ୍ୱ ସଜ୍ଜନ କୁମାର ନେଉଥିଲେ ବୋଲି ହୋଇଥିଲା ଅଭିଯୋଗ ।
What's Your Reaction?






