ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜଙ୍କ ଉପରେ ଆକ୍ରମଣ ଘଟଣା: ପନ୍ତିବଡୁ ସେବକ ନିଲମ୍ୱିତ

Oct 19, 2024 - 12:14
 0  1
ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜଙ୍କ ଉପରେ ଆକ୍ରମଣ ଘଟଣା: ପନ୍ତିବଡୁ ସେବକ ନିଲମ୍ୱିତ

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।ଏଥିସହ ମହାପ୍ରଭୁଙ୍କ ସେବା ପୂଜାରୁ ତାଙ୍କୁ କରାଯାଇଛି ନିଲମ୍ବିତ। ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ତାଙ୍କ ପ୍ରବେଶ ଉପରେ ବି ଜାରି ହୋଇଛି ନିଷିଦ୍ଧାଦେଶ। ପରବର୍ତ୍ତୀ ସମୟରେ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତି ଥିବେ ତାଙ୍କ  ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ।ଗତକାଲି ପଶ୍ଚିମ ଦ୍ୱାର ନିକଟରେ ବରିଷ୍ଠ ସେବାୟତ ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ କରିଥିଲେ କିଛି ଦୁବୃର୍ତ୍ତ। 

What's Your Reaction?

like

dislike

love

funny

angry

sad

wow