ସରକାର ଗଠନକୁ ନେଇ ମହାରାଷ୍ଟ୍ରରୁ ଆସିଲା ବଡ ଖବର 

Dec 3, 2024 - 18:02
 0  4
ସରକାର ଗଠନକୁ ନେଇ ମହାରାଷ୍ଟ୍ରରୁ ଆସିଲା ବଡ ଖବର 

ସରକାର ଗଠନକୁ ନେଇ ମହାରାଷ୍ଟ୍ରରୁ ଆସିଲା ବଡ ଖବର  । ଆସନ୍ତା ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀ ସମେତ ଆଉ ଦୁଇ ଉପମୁଖ୍ୟମନ୍ତ୍ରୀ ନେବେ ଶପଥ  । ମହାରାଷ୍ଟ୍ର ସରକାରରେ ବିଜେପି ପାଖରେ ୨୧ ରୁ ୨୨ ବିଭାଗ ରହିବ ବୋଲି କହୁଛି ଅଙ୍କ  । ରିପୋର୍ଟରୁ ପ୍ରକାଶ ଯେ, ଗୃହ ମନ୍ତ୍ରାଳୟ ପାଖରେ ରହିବ ବିଜେପି  । ସେହିପରି ବିଜେପିକୁ ମିଳିବ ବାଚସ୍ପତି ପଦ ।ନୂଆ ସରକାରରେ ଏକନାତ ସିନ୍ଦେଙ୍କ ଶିବସେନାକୁ ମିଳିବ ୧୧ ରୁ ୧୨ ମନ୍ତ୍ରୀ ପଦ  । ଅଜିତ ପାୱାରଙ୍କ ଏନସିପିରୁ ସରକାରରେ ରହିବେ  ୧୦ ମନ୍ତ୍ରୀ। କିନ୍ତୁ  ୧୬ଟି ମନ୍ତ୍ରୀ ପଦ ମାଗିଛନ୍ତି ଏକନାଥ ସିନ୍ଦେଙ୍କ କ୍ୟାବିନେଟ ।   । ଆସନ୍ତା ଡିସେମ୍ବର ୫ରେ ମୁମ୍ବାଇର ଆଜାଦ ମଇଦାନରେ ଅନୁଷ୍ଠିତ ହେବ  ଶପଥ ଗ୍ରହଣ ସମାରୋହ ।ଏକନାଥ ସିନ୍ଦେ ଓ ଅଜିତ ପାୱାର ନେବେ ଶପଥ।  ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।କିନ୍ତୁ ମୂଖ୍ୟମନ୍ତୀ ପଦକୁ ନେଇ ଏବେବି ଜାରି ରହିଛି ସନ୍ଦେହ । 

What's Your Reaction?

like

dislike

love

funny

angry

sad

wow