ସାରା ଓଡିଶାକୁ ଛୁଇଁଲା ମୌସୁମୀ ।
![ସାରା ଓଡିଶାକୁ ଛୁଇଁଲା ମୌସୁମୀ ।](https://kalingascroll.in/uploads/images/202406/image_870x_666e8e06ba040.jpg)
ସାରା ଓଡିଶାକୁ ଛୁଇଁଲା ମୌସୁମୀ । ପୂର୍ବରୁ ୨୪ଟି ଜିଲ୍ଲାକୁ ଛୁଇଁଥିବା ବେଳେ ଏବେ ଆଉ ବାକି ୬ଟି ଜିଲ୍ଲାକୁ ସଂପୂର୍ଣ୍ଣ ଛୁଇଁଛି । ମୌସୁମୀ ପ୍ରଭାବରେ ୨୬ ତାରିଖରୁ ବଢିବ ବର୍ଷାର ପରିମାଣ । ଆଜି ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ରହିଛି ସମ୍ଭାବନା ।ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ ହୋଇପାରେ ବର୍ଷା । ୨୬ ତାରିଖରେ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ଝାରସୁଗୁଡ଼ା , ସୁନ୍ଦରଗଡ଼ରେ ଏବଂ ୨୭ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)