ସୁଭାଷ ଚନ୍ଦ୍ରାଙ୍କୁ ବଡ଼ ଝଟକା ; ସମ୍ପତ୍ତି ବିକ୍ରି ଉପରେ ଏନ୍‌ସିଏଲ୍‌ଟିର ରୋକ୍

Sep 1, 2026 - 16:29
 0  1
ସୁଭାଷ ଚନ୍ଦ୍ରାଙ୍କୁ ବଡ଼ ଝଟକା ; ସମ୍ପତ୍ତି ବିକ୍ରି ଉପରେ ଏନ୍‌ସିଏଲ୍‌ଟିର ରୋକ୍

ଶିଳ୍ପପତି ତଥା ଏସେଲ୍ ଗ୍ରୁପ୍ ମୁଖ୍ୟ ସୁଭାଷ ଚନ୍ଦ୍ରାଙ୍କ ମାମଲାର ଶୁଣାଣି କରିଛନ୍ତି ନ୍ୟାସନାଲ କମ୍ପାନି ଲ ଟ୍ରିବ୍ୟୁନାଲ୍ ବା ଏନସିଏଲଟି ।  ଟ୍ରିବ୍ୟୁନାଲ୍ ଗତ ଅଗଷ୍ଟ ୨୫ ତାରିଖରେ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି । 

ସୁଭାଷ ଚନ୍ଦ୍ରାଙ୍କୁ ବଡ଼ ଝଟକା । ବିକ୍ରି କରିପାରିବେନି ସମ୍ପତ୍ତି, ପୂର୍ବ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ଏନସିଏଲଟି ।  ଶିଳ୍ପପତି ତଥା ଏସେଲ୍ ଗ୍ରୁପ୍ ମୁଖ୍ୟ ସୁଭାଷ ଚନ୍ଦ୍ରାଙ୍କ ମାମଲାର ଶୁଣାଣି କରିଛନ୍ତି ନ୍ୟାସନାଲ କମ୍ପାନି ଲ ଟ୍ରିବ୍ୟୁନାଲ୍ ବା ଏନସିଏଲଟି ।  ଟ୍ରିବ୍ୟୁନାଲ୍ ଗତ ଅଗଷ୍ଟ ୨୫ ତାରିଖରେ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି । କୌଣସି ଗ୍ୟାରେଣ୍ଟି ଭାବେ ସୁଭାଷ ଚନ୍ଦ୍ରା ନିଜ ସମ୍ପତ୍ତିକୁ ସିଧାସଳଖ କିମ୍ବା ପରୋକ୍ଷ ଭାବେ ବିକ୍ରି କରିପାରିବେ ନାହିଁ  ।

ମାମଲାର ଶୁଣାଣି କରୁଥିବା ତିନି ସଦସ୍ୟଙ୍କ ମଧ୍ୟରେ  ମତଭେଦ  ପରେ ଏବେ  ଏନସିଏଲଟିର ୫ ଜଣ ସଦସ୍ୟ ବିଚାର କରୁଛନ୍ତି।   ଏନସିଏଲଟି କହିଛନ୍ତି, ପୂର୍ବର ଆଦେଶରେ ଅନେକ ଫରକ ଥିଲା ।  ଏହାସହ ଟ୍ରିବ୍ୟୁନାଲ୍ ସମସ୍ତ ପକ୍ଷଙ୍କୁ ନୋଟିସ କରିଛନ୍ତି ।  ପୂର୍ବରୁ ସୁଭାଷଙ୍କୁ ୬ କୋଟି ୫୦ ଲକ୍ଷ କୋଟି ଟଙ୍କା ଶୁଝିବାକୁ କୁହାଯାଇଥିଲା । ଏହାଦ୍ୱାରା ସେ ନିଜକୁ ଦେବାଳିଆ ଘୋଷଣା ମାମଲାରୁ ମୁକୁଳିପାରିବେ ।  ଏବେ ସେହି ଆଦେଶ ଉପରେ ରୋକ୍ ଲାଗିଛି । ୫ ଜଣିଆ ପୀଠ ଏବେ ପୁଣି ଥରେ ବିଚାର କରିବେ ।  

ଏନସିଏଲଟିର ସ୍ୱତନ୍ତ୍ର ଟିମ ସୁଭାଷ ଚନ୍ଦ୍ରାଙ୍କୁ ନେଇ ଦିଆ ଯାଇଥିବା ପୂର୍ବ ଆଦେଶ ଉପରେ ରୋକ ଲଗାଇଦେଇଛନ୍ତି । ବର୍ତ୍ତମାନ ସୁଭାଷ ଚନ୍ଦ୍ରା ତାଙ୍କର କୌଣସି ସଂପର୍ତ୍ତି କୌଣସି ପ୍ରକାରରେ ମଧ୍ୟ ବିକ୍ରି କରିପାରିବେ ନାହିଁ ତଥା ପୂର୍ବରୁ ଦିଆଯାଇଥିବା ୬.୨୫ କୋଟି ଟଙ୍କାର ଋଣ ପୈଠ ଉପରେ ମଧ୍ୟ ସ୍ଥଗିତାଦେଶ ଜାରି କରିଛନ୍ତି ।

ଏନସିଏଲଟିର ସ୍ୱତନ୍ତ୍ର ଟିମ, ଜି ଗ୍ରୁପର  ପ୍ରତିଷ୍ଠାତା  ସୁଭାଷ ଚନ୍ଦ୍ରାଙ୍କ ମାମଲାରେ ୨୫ ଅଗଷ୍ଟ ଦିନ ଦିଆଯାଇଥିବା ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ଏହା ସହିତ ଆଦେଶ ଦେଇଛନ୍ତି କି ସେ ଯେପରି ନିଜର କୌଣସି ସମ୍ପର୍ତ୍ତିକୁ ସିଧାସଳଖ କିମ୍ୱା ପରୋକ୍ଷ ଭାବରେ କାହାକୁ ମଧ୍ୟ ହସ୍ତାନ୍ତର କରିପାରିବେ ନାହିଁ ।ମାମଲାର ଶୁଣାଣି କରୁଥିବା ତିନି ଜଣ ସଦସ୍ୟଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶରେ ମତ ଭେଦ ସୃଷ୍ଟି ହେବାରୁ ଏହି ମାମଲାଟି ପାଞ୍ଚଜଣିଆ ସଦସ୍ୟଙ୍କ ପାଖକୁ ପଠା ଯାଇଥି୍ଲା । ଏହା ପରେ ସ୍ୱତନ୍ତ୍ର ଟିମ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି ଆରମ୍ଭ କରିବା ସହ ପୂର୍ବରୁ ଦିଆଯାଇଥିବା ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିଥିଲେ ।ସୁଭାଷ ଚନ୍ଦ୍ରା ନେଇଥିବା ୨୨୦୦୬ କୋଟିର ଋଣ ଉପରେ ମାତ୍ର ୬.୫ କୋଟି ଟଙ୍କା ପଇଠ କରି ଶେଷ କରିଦେବାର ନିଷ୍ପତ୍ତି ଉପରେ ରୋକ ଲଗାଇଛି ଏହି ପାଞ୍ଚ ଜଣିକିଆ କମିଟି । ଏହା ଛଡା ତାଙ୍କୁ ନିଜର ବୈଧ ତଥା ଅବୈଧ ସଂମ୍ପତ୍ତିକୁ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷ ଭାବରେ ବିକ୍ରି କରିବା ପାଇଁ ମଧ୍ୟ ବାରଣ କରାଯାଇଛି । ଏହି ମାମଲା ସହ ଜଡିତ ଅନ୍ୟାନ୍ୟ ପକ୍ଷଙ୍କୁ ମଧ୍ୟ ଏନସିଏଲଟି ନୋଟିସ୍ ଜାରି କରିଛି ।

What's Your Reaction?

like

dislike

love

funny

angry

sad

wow