ସ୍କୁଲ ଡ୍ରପ୍ଆଉଟ୍ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ
ଏଣିକି ପିଲାମାନେ ବିଦ୍ୟାଳୟରୁ ଦୂରେଇ ରହିଲେ ସେମାନଙ୍କୁ ପୁଣି ଶିକ୍ଷାଦାନର ମୂଳସ୍ରୋତକୁ ଫେରାଇ ଆଣିବେ ସରକାର। ଏନେଇ ପ୍ରସ୍ତୁତ ହୋଇଛି କେତେକ ଅଭିନଵ କୌଶଳ ଯାହା ଅନୁଯାୟୀ, ଯଦି କୌଣସି ଛାତ୍ର ବା ଛାତ୍ରୀ କ୍ରମାଗତ ଭାବେ ୭ ଦିନ ବିଦ୍ୟାଳୟରୁ ଅନୁପସ୍ଥିତ ରୁହନ୍ତି, ତେବେ ସେମାନଙ୍କ ଘରେ ପହଞ୍ଚି ତାର ଅନୁପସ୍ଥିତିର ପ୍ରକୃତ କାରଣ ଖୋଜିବେ ବିଦ୍ୟାଳୟ କର୍ତ୍ତୃପକ୍ଷ। ଅଭିଭାବକଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାଇ ପିଲାକୁ ପୁଣି ଶ୍ରେଣୀଗୃହକୁ ଫେରାଇ ଆଣିବାକୁ କରିବେ ଚେଷ୍ଟା । ସୂଚନାଯୋଗ୍ୟ ଯେ, ଗତ କିଛି ମାସ ତଳେ ରାଜ୍ୟରେ ବିଦ୍ୟାଳୟ ଛାଡୁଥିବା ପିଲାଙ୍କ ସଂଖ୍ୟା ବଢୁଥିବା ନେଇ ସାମ୍ନାକୁ ଆସିଥିଲା ଏକ ଚିନ୍ତାଜନକ ରିପୋର୍ଟ । ଏହି ସମସ୍ୟାର ସମାଧାନ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଏବଂ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ବିଧିବଦ୍ଧ ଭାବେ ଚିଠି ଲେଖି ଦିଆଯାଇଛି ନିର୍ଦ୍ଦେଶ ।
What's Your Reaction?