ସ୍ତ୍ରୀକୁ ମାରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ ଅତି ବୀଭତ୍ସ ଭାବରେ ଏକ ଧାରୁଆ ଅସ୍ତ୍ରରେ ବେକକୁ କାଟି ହତ୍ୟା କରିଛି ଅଭିଯୁକ୍ତ ସ୍ୱାମୀ ନୀତେନ ବିଶ୍ୱାସ ।ଘଟଣାର ତଦନ୍ତ ଆରମ୍ଭ କରିଛି କାଲିମେଳା ପୁଲିସ। ତେବେ ସ୍ତ୍ରୀକୁ ସନ୍ଦେହ କରି ଏଭଳି କାଣ୍ଡ ସ୍ୱାମୀ ଘଟାଇଥିବା ହେଉଛି ଚର୍ଚ୍ଚା।
What's Your Reaction?






