ହାଥରସ ଦଳାଚକଟା: ମୁଖ୍ୟ ଅଭିଯୁକ୍ତ ଗିରଫ
ଉତ୍ତରପ୍ରଦେଶ ହାଥରସ ଦଳାଚକଟା ମାମଲାର ମୁଖ୍ୟ ଅଭିଯୁକ୍ତ ନାରାୟଣ ସାକର ହରି ଓରଫ ସୂରଜପାଲ ବା ଭୋଲେ ବାବାଙ୍କ ମୁଖ୍ୟ ସେବକ ଦେବ ପ୍ରକାଶ ମଧୁକର ଗିରଫ। ହାଥରସ ଦୁର୍ଘଟଣା ପରେ ଫେରାର ଥିଲେ ମଧୁକର । ଆଜି ତାଙ୍କୁ ଦିଲ୍ଲୀରୁ ଗିରଫ କରିଛି ପୁଲିସ। ସେପଟେ ଘଟଣାର ୪ ଦିନ ପରେ ଜାତୀୟ ଗଣମାଧ୍ୟମ ସରବରାହ ସଂସ୍ଥାକୁ ପ୍ରତିକ୍ରିୟ ଦେବା ସହ ଘଟଣା ପଛରେ ଷଡ଼ଯନ୍ତ୍ର ଥିବା କହିଛନ୍ତି ଭୋଲେ ବାବା।ଏଥିସହ ଲୋକଙ୍କ ମୃତ୍ୟୁ ନେଇ ମର୍ମାହତ ଥିବା ସେ କହିଛନ୍ତି । ଏଭଳି ଦୁଃଖଦ ସମୟରେ ମୃତକ ଓ ଆହତଙ୍କ ପରିବାରକୁ ଭଗବାନ ଧୈର୍ୟ୍ୟ ଓ ଶକ୍ତି ଦିଅନ୍ତୁ ବୋଲି କରିଛନ୍ତି ପ୍ରାର୍ଥନା । ଏଥିସହ ସରକାର ଓ ପ୍ରଶାସନ ଉପରେ ଭରସା ରଖିବାକୁ ସେ ଲୋକଙ୍କୁ କରିଛନ୍ତି ଅପିଲ । ଏହି ଷଡ଼ଯନ୍ତ୍ର ପଛରେ ଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି ବୋଲି ବିଶ୍ୱାସ ଥିବା କହିଛନ୍ତି ସୂରଜପାଲ ବା ଭୋଲେ ବାବା।
What's Your Reaction?