୧୦୦ତମ ଜନ୍ମଜୟନ୍ତୀରେ ଯୋଗଜନ୍ମା ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶହେ ତମ ଜନ୍ମ ଜୟନ୍ତୀ । ଦୂରଦୃଷ୍ଟି ସମ୍ପନ୍ନ, ସଙ୍କଳ୍ପର ରାଷ୍ଟ୍ରନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଦେଶର ବିଶିଷ୍ଟ ବ୍ୟକ୍ତିବିଶେଷ । ଦିଲ୍ଲୀର ଅଟଳ ସ୍ମାରକରେ ପହଞ୍ଚି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ,ଉପରାଷ୍ଟ୍ରପତି ଜଗଦୀପ୍ ଧନକଡ଼ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଶକ୍ତ, ସମୃଦ୍ଧ ଏବଂ ସ୍ବାବଲମ୍ବୀ ଭାରତ ନିର୍ମାଣରେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ନିଜ ଜୀବନକୁ କରିଥିଲେ ସମର୍ପିତ ।
What's Your Reaction?






