୧୦୦ ଫୁଟ ତଳକୁ ବସ୍ ଖସି ଚାଲିଗଲା ୧୬ ଜଣଙ୍କ ଜୀବନ
ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାର ରାମନଗର ଅଞ୍ଚଳର କନୋତରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବସ୍ ନିୟନ୍ତ୍ରଣ ହରାଇ ପାହାଡ଼ରୁ ଓଲଟି ପଡ଼ିବାରୁ ୧୫ ଜଣ ଯାତ୍ରୀଙ୍କ ହୋଇଛି ମୃତ୍ୟୁ ।ସେହପରି ଆହତ ହୋଇ ହାସପାତାଳରେ ଭର୍ତ୍ତି ହୋଇଛନ୍ତି ୨୦ ଯାତ୍ରୀ। ସେମାନଙ୍କ ମଧ୍ୟରେ ଗୁରୁତର ରହିଛି କେତେକଙ୍କ ଅବସ୍ଥା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ । ବସଟି ରାମନଗରରୁ ଉଧମପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ଜାଲୋ ଅଞ୍ଚଳ ନିକଟରେ ଘଟିଥିଲା ଦୁର୍ଘଟଣା ।
What's Your Reaction?