୧୦ ଦିନ ବିନା ବ୍ୟାଗ୍ରେ ବିଦ୍ୟାଳୟ ଆସିବେ ଛାତ୍ରଛାତ୍ରୀ
ଶିକ୍ଷା ବର୍ଷ ୨୦୨୬-୨୭ ପାଇଁ ସ୍କୁଲ ପିଲାଙ୍କ ୧୦ ଦିନ ବ୍ୟାଗ୍ ଲେସ ବ୍ୟବସ୍ଥା ରହିବ । ଚିନ୍ତା ମୁକ୍ତ ଏବଂ ପ୍ରାକ୍ଟିକାଲ ପାଠପଢା ଉପରେ ଗୁରୁତ୍ଵ ଦିଆଯିବା ପାଇଁ ଏନଇପିରେ ଏଭଳି ବ୍ୟବସ୍ଥା କରାଯାଇଥିଲା । ଜାତୀୟ ଶିକ୍ଷାନୀତି ଆଧାରରେ ସ୍କୁଲ ମାନଙ୍କରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେହି ନିୟମ ଲାଗୁ ହେବ । ଯାହାକୁ ଆମେ ଓଡ଼ିଶାରେ ପିଲାମାନଙ୍କ ପାଇଁ ଲାଗୁ କରିଛୁ । ସେହିଦିନ ମାନଙ୍କରେ ପିଲାଙ୍କୁ ଶିକ୍ଷକ କିମ୍ବା ସ୍କୁଲ କର୍ତ୍ତୃପକ୍ଷ ଏକ୍ସପୋଜର ଭିଜିଟରେ ମଧ୍ୟ ନେଇପାରିବେ । ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ବିଦ୍ୟାଳୟରେ ଗୋଟିଏ ଶିକ୍ଷାବର୍ଷରେ ୨୩୦ କାର୍ୟ୍ୟ ଦିବସ ସ୍ଥିର କରାଯାଇଛି । ଏନଇପି – ୨୦୨୦ ଅନୁଯାୟୀ ବିଦ୍ୟାଳୟର ବାର୍ଷିକ ଉତ୍ସବ, ଅନ୍ୟ ଉତ୍ସବ, କ୍ରୀଡା ଉତ୍ସବ ପାଇଁ ୨୦ ଦିନର ବ୍ୟବସ୍ଥା ରହିବ । ଏ ସବୁକୁ ବାଦ୍ ଦେବାପରେ ଶିକ୍ଷାବର୍ଷରେ ବର୍ଷକୁ ୧୯୦ ଦିନକୁ ପ୍ରକୃତ ଶିକ୍ଷାଦାନ ଦିବସ ଭାବେ ବିବେଚନା କରାଯିବ । ସୋମବାରରୁ ଶୁକ୍ରବାର ପର୍ୟ୍ୟନ୍ତ ବିଦ୍ୟାଳୟ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ରହିବ ଏବଂ ଶନିବାର ଦିନ ସକାଳ ୬ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ୟ୍ୟନ୍ତ ରହିବ ।
What's Your Reaction?