୧୨ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

Jun 9, 2024 - 12:59
 0  23
୧୨ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ବଦଳିଲା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ତାରିଖ । ଜୁନ୍‌ ୧୦ ପରିବର୍ତ୍ତେ ଜୁନ୍‌  ୧୨ ତାରିଖ ସଂଧ୍ୟାରେ ଶପଥ ଗ୍ରହଣ ସମାରୋହ ହୋଇପାରେ ବୋଲି ମିଳିଛି ସୂଚନା।ସୂଚନା ଅନୁଯାୟୀ, ଆଜି ରାତିରେ ଓଡ଼ିଶା ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବେ। ସେମାନେ ଓଡ଼ିଶା ଆସିବା ପରେ ଆସନ୍ତକାଲି ଦଳର ନବନିର୍ବାଚିତ ବିଧାୟକମାନଙ୍କୁ ନେଇ ହେବ ବୈଠକ। ଦଳର ସଂସଦୀୟ ବୋର୍ଡରେ ମୁଖ୍ୟମନ୍ତ୍ରୀ ପାଇଁ ଯେଉଁ ସବୁ ନାଁ ସ୍ଥିର ହୋଇଥିବ ତାକୁ ଏହି ବୈଠକରେ କରାଯିବ ଉପସ୍ଥାପନ। ଆଲୋଚନା ପରେ ଗୋଟିଏ ନାଁକୁ ମୁଖ୍ୟମନ୍ତ୍ରୀ ପଦ ସର୍ବସମ୍ମତିକ୍ରମେ ବଛାଯିବ। ତା’ସହିତ କେଉଁମାନଙ୍କୁ ମନ୍ତ୍ରୀ କରାଯିବ, ତା’ ଉପରେ ମଧ୍ୟ ହେବ ଆଲୋଚନା।    

What's Your Reaction?

like

dislike

love

funny

angry

sad

wow