୧୨ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସିଡିପିଓ

Nov 27, 2024 - 16:01
 0  1
୧୨ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସିଡିପିଓ

ଲାଞ୍ଚ ନେଉଥିବାବେଳେ ଗଂଜାମ ବେଗୁନିଆପଡ଼ା ବ୍ଲକ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ।ଏକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା ପାଇଁ  ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସନ୍ଧ୍ୟାରାଣୀ । ଏନେଇ ଭିଜିଲାନ୍ସକୁ ଜଣାଇଥିଲେ  ଉକ୍ତ କର୍ମଚାରୀ।ଭିଜିଲାନ୍ସର ଯୋଜନା ପ୍ରକାରେ ଆଜି ଉକ୍ତ କର୍ମଚାରୀ ଜଣଙ୍କ ସିଡିପିଓ ସନ୍ଧ୍ୟାରଣୀ ପାଣିଗ୍ରାହୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଇଥିଲେ ୧୨ ହଜାର ଟଙ୍କା । ସିଡିପିଓ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ତାଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ମଧ୍ଯ କରାଯାଇଥିଲା ଜବତ । ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ତିନିଟି ଠିକଣାରେ କରାଯାଉଛି ଚଢ଼ାଉ ।

What's Your Reaction?

like

dislike

love

funny

angry

sad

wow