୯/୧୧ ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୨୩ ବର୍ଷ
୯/୧୧ ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୨୩ ବର୍ଷ । ୧୧ ସେପ୍ଟେମ୍ବର ୨୦୦୧ରେ ଘାତକ ଆକ୍ରମଣ କରିଥିଲା ଅଲକାଏଦା । ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ଥରିଥିଲା ପୁରା ବିଶ୍ବ । ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଉପରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ପ୍ରାୟ ୩ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଆହତ ହୋଇଥିଲେ ହଜାର ହଜାର ଲୋକ । ସେଦିନ ସକାଳୁ ଆମେରିକାର ୪ଟି ବିମାନ ଅପହରଣ କରିନେଇଥିଲେ ଅଲକାଏଦା ଆତଙ୍କବାଦୀ । ନ୍ୟୁୟର୍କ ସରରରେ ଥିବା ବିଶ୍ୱ ବାଣିଜ୍ୟ କେନ୍ଦ୍ର କୋଠାରେ ଧକ୍କା ହୋଇ ବିସ୍ଫୋରଣ ହୋଇଥିଲା ଆମେରିକାନ ଏୟାରଲାଇନର ଫ୍ଲାଇଟ-୧୧ । ଏହାର ମାତ୍ର ୧୭ ମିନିଟ ପରେ ୟୁନାଇଟେଡ ଏୟାରଲାଇନ୍ସ -୧୭୫ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ଦକ୍ଷିଣ ଟାଓ୍ବାରକୁ ଦେଇଥିଲା ଧକ୍କା ।ଏହାପରେ ଆମେରିକାନ ଏୟାରଲାଇନ୍ସର ଆଉ ଏକ ବିମାନ ଓ୍ବାସିଂଟନସ୍ଥିତ ପେଣ୍ଟାଗନ କୋଠାକୁ ଧକ୍କା ଦେଇ ହୋଇଥିଲା ଦୁର୍ଘଟଣାଗ୍ରସ୍ତ । ଶେଷରେ ୟୁଏସ୍ କ୍ୟାପିଟାଲ କୋଠାରେ ବିମାନ ଧକ୍କା କରିବାକୁ ଯୋଜନା ଥିବା ବେଳେ ଆତଙ୍କବାଦୀଙ୍କ ହାତରୁ ଖସିଯାଇଥିଲା ବିମାନର ନିୟନ୍ତ୍ରଣ। ଫଳରେ ପେନସିଲଭିନିଆର ଏକ ଖାଲି ପଡ଼ିଆରେ ଖସି ପଡ଼ିଥିଲା ବିମାନଟି । ଆକ୍ରମଣରେ ମୋଟ ୨ ହଜାର ୯୭୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୯ ଜଣ ଆତଙ୍କବାଦୀ ଥିଲେ ସାମିଲ ।
What's Your Reaction?