43ତମ ଜନ୍ମଦିନ ପାଳନ କରୁଛନ୍ତି କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି

Jul 7, 2024 - 13:50
 0  4
43ତମ ଜନ୍ମଦିନ ପାଳନ କରୁଛନ୍ତି କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି

ଆଜି ନିଜ 43ତମ ଜନ୍ମଦିନ ପାଳନ କରୁଛନ୍ତି କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି ସାରା ବିଶ୍ୱ ଆଜି ତାଙ୍କୁ ଜଣାଉଛି ଜନ୍ମ ଦିନର ଶୁଭେଚ୍ଛା ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଫଟୋ ଫଟୋରେ ଏକାଠି ନଜର ଆସିଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ମହେନ୍ଦ୍ର ସିଂ ଧୋନି କ୍ରିକେଟରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସଲମାନ ଖାନ ଧୋନିଙ୍କ ଜନ୍ମଦିନ ସେଲିବ୍ରେଟ୍ କରିବା ପାଇଁ ମଧ୍ୟରାତ୍ରୀରେ ପହଞ୍ଚିଥିଲେ ସଲମାନ । ସଲମାନ ଖାନ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି, ହାପି ବର୍ଥଡେ କ୍ୟାପଟେନ ସାହେବ ।ଏହାପୂର୍ବରୁ ଏମଏସ ଧୋନିଙ୍କ ପତ୍ନୀ ସାକ୍ସି ସିଂ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଧୋନିଙ୍କ ମିଡ୍ ନାଇଟ୍ ସେଲିବ୍ରେସନର ଫଟୋ ଏବଂ ଭିଡିଓ ସେୟାର କରିଥିଲେ ଏହି ଭିଡିଓରେ ଧୋନି କେକ୍ କାଟୁଥିବା ନଜର ଆସିଥିଲେ କେକ୍ କାଟିବା ପରେ ତାଙ୍କ ପତ୍ନୀ ସାକ୍ସି କ୍ରିକେଟରଙ୍କ ପାଦ ଛୁଇଁ ତାଙ୍କ ଆଶୀର୍ବାଦ ନେଉଥିବାର ମଧ୍ୟ ଦେଖିବାକୁ ମିଳୁଛି

What's Your Reaction?

like

dislike

love

funny

angry

sad

wow