NEET ପେପର୍‌ ଲିକ୍‌ ମାମଲା, ଆଉ ୫ ଗିରଫ

Jun 22, 2024 - 15:48
 0  6
NEET ପେପର୍‌ ଲିକ୍‌ ମାମଲା, ଆଉ ୫ ଗିରଫ

ସାରା ଦେଶରେ ନିଟ୍‌ ପରୀକ୍ଷାରେ ଅନିୟମିତତାକୁ ନେଇ ଜାରି ରହିଛି ବିକ୍ଷୋଭ  । ତଦନ୍ତରେ ଲାଗି ରହିଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜୁଛି   ବିହାର ପୋଲିସ୍‌। ଏହାରି ମଧ୍ୟରେ ବିହାର ପୋଲିସ୍‌ର ଅର୍ଥନୈତିକ ଅପରାଧ ୟୁନିଟ୍‌କୁ ମିଳିଛି  ଏକ ବଡ଼ ସଫଳତା । ଆଜିଏହି ମାମଲାରେ ଜଡ଼ିତ ଥିବା ୫ ଜଣଙ୍କୁ  ଝାଡ଼ଖଣ୍ଡର ଦେଓଘର ଅଞ୍ଚଳରୁ କରାଯାଇଛି ଗିରଫ ।  ସେମାନଙ୍କୁ ଅଧିକ ପଚରାଉଚରା କରିବା ପାଇଁ ନିଆଯାଇଛି ପାଟନା  । ପୂର୍ବରୁ ରାଞ୍ଚିରୁ ବାପ-ପୁଅ ଦୁଇଜଣଙ୍କୁ ଏହି ମାମଲାରେ କରାଯାଇଥିଲା ଗିରଫ  ।ନିଟ୍‌ ମାମଲାରେ ମୋଟ ୧୮ ଙ୍କୁ ପହଞ୍ଚିଲାଣି ଗିରଫ ବ୍ୟାକ୍ତିଙ୍କ ସଂଖ୍ୟା।

What's Your Reaction?

like

dislike

love

funny

angry

sad

wow