ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଧକ୍କା ମାରିବା ଘଟଣାରେ ହେଲେ କୋହଲି ଦଣ୍ଡିତ

Dec 26, 2024 - 18:23
 0  1
ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଧକ୍କା ମାରିବା ଘଟଣାରେ ହେଲେ କୋହଲି ଦଣ୍ଡିତ

ଆଇସିସିର ବଡ଼ କାର୍ଯ୍ୟାନୁଷ୍ଠାନରୁ ଅଳ୍ପକେ ବର୍ତ୍ତିଛନ୍ତି ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି। ସେ ପଡ଼ିଆ ମଝିରେ ଯେଉଁ ଭଳି କାଣ୍ଡ ଭିଆଇଥିଲେ ତାଙ୍କୁ ଆଇସିସି ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରିବାର ପ୍ରକାଶ ପାଇଥିଲା ଆଶଙ୍କା। କିନ୍ତୁ ବିରାଟଙ୍କ ମ୍ୟାଚ୍‌ ଫି’କୁ ୨୦% କାଟ କରି ତାଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଛି ଆଇସିସି।ଏହା ସହିତ ତାଙ୍କୁ  ମଧ୍ୟ ଦିଆଯାଇଛି ଗୋଟିଏ ଡିମେରିଟ ପଏଣ୍ଟ। ସୂଚନାଯୋଗ୍ୟ, ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟରେ ଘଟିଛି ପୂରା ଘଟଣା। ୪ର୍ଥ ମ୍ୟାଚ୍‌ର ପ୍ରଥମ ଦିନର ପ୍ରଥମ ସେସନ୍ସରେ ବିରାଟ କୋହଲି ନିଜର ଆକ୍ରୋଶ ଦେଖାଇ ଅଷ୍ଟ୍ରେଲିଆ ପାଇଁ ମାତ୍ର ୧୯ ବର୍ଷ ବୟସରେ ଡେବ୍ୟୁ କରିଥିବା ସାମ କୋନଷ୍ଟାସଙ୍କୁ ଜାଣିଶୁଣି କାନ୍ଧରେ ମାରିଥିଲେ ଧକ୍କା। ଏହାକୁ ନେଇ ପଡ଼ିଆ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ ।ବିରାଟଙ୍କ ଭଳି ଜଣେ ବରିଷ୍ଠ ଖେଳାଳି କୋନଷ୍ଟାସଙ୍କ ଭଳି ଜଣେ ଡେବ୍ୟୁଟାଣ୍ଟ ପ୍ରତି ଏପରି ଆଚରଣ ପ୍ରଦର୍ଶନ କରିବା ଘଟଣାକୁ ବିଭିନ୍ନ ମହଲରେ କରାଯାଇଥିଲା ନିନ୍ଦା। ପ୍ରଥମ ଦିନର ଖେଳ ଶେଷ ହେବା ପରେ  ଘଟଣାକୁ ଗୁରୁତ୍ୱର ସହ ନେଇଥିଲେ ମ୍ୟାଚ୍‌ ରେଫରୀ ଆଣ୍ଡି ପୟକ୍ରୋଫ୍ଟ।ସେ ବିରାଟଙ୍କୁ ଡାକି ୧୦ ମିନିଟ କରିଥିଲେ ଆଲୋଚନା । ଏହି ସମୟରେ ଆଇସିସିର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ସ୍ୱୀକାର କରିଥିଲେ ବିରାଟ । ସେ ଆଚରଣ ବିଧିର ଲେଭଲ ୧କୁ ଉଲ୍ଲଙ୍ଘନ କରିଥିବାରୁ ହୋଇଛନ୍ତି ଦଣ୍ଡିତ ।

What's Your Reaction?

like

dislike

love

funny

angry

sad

wow