ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗର ବୈଠକ

Jul 27, 2024 - 09:03
 0  3
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗର ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ଆଜି ନୀତି ଆୟୋଗର ନବମ ଗଭର୍ଣ୍ଣିଂ କାଉନସିଲର ବୈଠକରେ କରିବେ ଅଧ୍ୟକ୍ଷତା । ଏହି ବୈଠକରେ ୨୦୪୭ ପର୍ଯ୍ୟନ୍ତ ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଢ଼ିବା ନେଇ ହେବ ଆଲୋଚନା । ଏଥିରେ ସାମିଲ ହେବା ପାଇଁ ସବୁ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କୁ କରାଯାଇଛି  ନିମନ୍ତ୍ରଣ । ଓଡ଼ିଶାରୁ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତି ଆୟୋଗର ବୈଠକରେ ଯୋଗଦେବାର  ରହିଛି କାର୍ଯ୍ୟକ୍ରମ।   
ବୈଠକରେ ବିରୋଧୀ ଦଳର ଏକାଧିକ ମୁଖ୍ୟମନ୍ତ୍ରୀ ସାମିଲ ନହେବାକୁ ନି‌ଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। କିନ୍ତୁ ତୃଣ ମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ନୀତି ଆୟୋଗର ବୈଠକରେ ଯୋଗଦେବେ ବୋଲି କହିଛନ୍ତି। 

What's Your Reaction?

like

dislike

love

funny

angry

sad

wow