ଇଂଲଣ୍ଡକୁ ସୁପର-୮ ଟିକେଟ୍ ଦେଲା ଅଷ୍ଟ୍ରେଲିଆ

Jun 16, 2024 - 12:26
 0  1
ଇଂଲଣ୍ଡକୁ ସୁପର-୮ ଟିକେଟ୍ ଦେଲା ଅଷ୍ଟ୍ରେଲିଆ

ଇଂଲଣ୍ଡକୁ ସୁପର ୮ରେ ପହଞ୍ଚାଇଲା ଅଷ୍ଟ୍ରେଲିଆ । ଗତକାଲି ଖେଳାଯାଇଥିବା ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିବା ସହିତ ଇଂଲଣ୍ଡର ସୁପର-୮ ଯିବା ହୋଇଛି ସ୍ପଷ୍ଟ । ଅଷ୍ଟ୍ରେଲିଆ ଏବଂ ସ୍କଟଲ୍ୟାଣ୍ଡ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୦ ରନ୍ କରିଥିଲା ସ୍କଟଲ୍ୟାଣ୍ଡ । ଏହାପରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ୨୦ ଓଭରରେ ୧୮୧ ରନ୍ ହେଉଥିଲା ଆବଶ୍ୟକ। ଆଉ କଙ୍ଗାରୁ ଦଳ ୨୦ ଓଭରର ଚତୁର୍ଥ ବଲରେ ହିଁ ବିଜୟ ହାସଲ କରିବା ସହ ବିଶ୍ୱକପର ସୁପର-୮ ଦଳ ଧାର୍ଯ୍ୟ କରିଛି । ଗ୍ରୁପ-ବିରୁ ଅଷ୍ଟ୍ରେଲିଆ ସୁପର-୮ ପାଇଁ କ୍ୱାଲିଫାଏ କରିସାରିଥିବାବେଳେ, ଏବେ ଦ୍ୱିତୀୟ ଦଳ ପାଇଁ ସୁପର-୮ରେ ପ୍ରବେଶ କରିଛି ଇଂଲଣ୍ଡ ଦଳ।

What's Your Reaction?

like

dislike

love

funny

angry

sad

wow