ଓଡ଼ିଆ ଓ ବିହାରୀ ଲୋକଙ୍କୁ ଅପମାନଜନକ ମନ୍ତବ୍ୟ ପାଇଁ  ଟ୍ରୋଲ  ହେଉଛନ୍ତି ଅଭିନେତା

Jul 9, 2024 - 16:23
 0  3
ଓଡ଼ିଆ ଓ ବିହାରୀ ଲୋକଙ୍କୁ ଅପମାନଜନକ ମନ୍ତବ୍ୟ ପାଇଁ  ଟ୍ରୋଲ  ହେଉଛନ୍ତି ଅଭିନେତା

ବିହାର ଏବଂ ଓଡ଼ିଶାର ଲୋକଙ୍କ ପାଇଁ ନୁହେଁ ’କଳକୀ’ ସିନେମା ।ଯେଉଁ ବୌଦ୍ଧିକସ୍ତରରେ ଏହି ଫିଲ୍ମଟି ନିର୍ମାଣ କରାଯାଇଛି ଏହାକୁ ଓଡ଼ିଶା ଏବଂ ବିହାରର ଦର୍ଶକମାନେ ବୁଝି ପାରିବେ ନାହିଁ । ଏହା ହଲିଉଡ ପାଇଁ ଉପଯୁକ୍ତ । କାହିଁକି ନାଁ ସେମାନଙ୍କର ବୁଝିବାର ଶକ୍ତି ଅଧିକ ରହିଥାଏ ।   ନିଜର ୟୁଟ୍ୟୁବ ଚ୍ୟାନେଲରେ ’କଳକୀ’ ୨୮୯୮ ସିନେମାର ରିଭ୍ୟୁ ଦେବାକୁ ଯାଇ ଏଭଳି କହିଛନ୍ତି ଜଣାଶୁଣା ଅଭିନେତା ମୁକେଶ ଖାନ୍ନା । ଯାହାକୁ ନେଇ ଏବେ ସେ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ ହେବାରେ ଲାଗିଛନ୍ତି । ୟୁଜର୍ସମାନେ ତାଙ୍କୁ ବିଭିନ୍ନ କମେଣ୍ଟ କରିବା ସହ ଟ୍ରୋଲ ମଧ୍ୟ କରୁଛନ୍ତି । ତାଙ୍କର ଅପମାନଜନକ ମନ୍ତବ୍ୟ ପାଇଁ ୟୁଜର୍ସମାନେ କମେଣ୍ଟ କରିଥିବାବେଳେ ଓଡ଼ିଆ ଲୋକେ ମଧ୍ୟ ନିନ୍ଦା କରିଛନ୍ତି । 

What's Your Reaction?

like

dislike

love

funny

angry

sad

wow