ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ
ଲୋକସଭାରେ ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ଭାରତୀୟ ଜାତୀୟ କଂଗ୍ରେସ। ଏନେଇ ଗୃହର ମହାସଚିବଙ୍କୁ ନୋଟିସ୍ ପ୍ରଦାନ କରିଛି ଦଳ ।ଲୋକସଭାରେ ଏବେ ବଜେଟ୍ ନେଇ ଜାରି ରହିଛି ଆଲୋଚନା। କିନ୍ତୁ ବିରୋଧୀ ଦଳଙ୍କ ପାଟିତୁଣ୍ଡ ପାଇଁ ସୁରୁଖୁରୁରେ ଚାଲି ପାରୁନି ଗୃହକାର୍ଯ୍ୟ। ଏହା ମଧ୍ୟରେ ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଥିଲେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ।ତେବେ ଗୃହକାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନ ପାଇଁ ସମସ୍ତ ଦଳ ସହ ବୈଠକ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜଜୁ। କିନ୍ତୁ ବାହାରି ପାରି ନାହିଁ ସମାଧାନର ସୂତ୍ର। ଏହା ମଧ୍ୟରେ ବାଚସ୍ପତିଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣି ଲୋକସଭା ମହାସଚିବଙ୍କୁ ନୋଟିସ୍ ପ୍ରଦାନ କରିଛି କଂଗ୍ରେସ।ତେବେ କଂଗ୍ରେସର ନୋଟିସ ପରେ ନିଜେ ବାଚସ୍ପତି ଗୃହକାର୍ଯ୍ୟ ପରିଚାଳନାରୁ ଓହରି ଯାଇଥିବା ମିଳିଛି ସୂଚନା।
What's Your Reaction?