ଚିନ୍ତା ବଢାଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ

ଚିନ୍ତା ବଢାଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ

ଚିନ୍ତା ବଢାଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ନୋଏଡ଼ା, ଗାଜିଆବାଦ ସମେତ ବିଭିନ୍ନ ସ୍ଥାନରେ ୪୦୦ ପାର୍ କରି ଗୁରୁତର ଶ୍ରେଣୀକୁ ଆସିଛି ବାୟୁ ପ୍ରଦୂଷଣର ଗୁଣବତ୍ତା ମାନ। ବିଶେଷ କରି ଦିଲ୍ଲୀର ପ୍ରଦୂଷିତ ବାୟୁରେ ନିଶ୍ୱାସ ନେବା ହୋଇପଡିଛି କଷ୍ଟସାଧ୍ୟ । ଦିନକୁ ଦିନ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବାରୁ ଏନେଇ ଚିନ୍ତାପ୍ରକଟ କରିଛନ୍ତି ପରିବେଶବିତ୍‌। ସେପଟେ ବାୟୁ ପ୍ରଦୂଷଣ ମୁକାବିଲା ନେଇ ସର୍ବୋଚ୍ଚ ଅଦାଲତଙ୍କ ଭର୍ତ୍ସନା ପରେ ପଦକ୍ଷେପ ଆରମ୍ଭ କରିଛନ୍ତି ଦିଲ୍ଲୀ ସରକାର। ବିଭିନ୍ନ ସ୍ଥାନରେ ଡ୍ରୋନ ଜରିଆରେ ବାୟୁ ପ୍ରଦୂଷଣର ହଟସ୍ପଟ ଚିହ୍ନଟ କରିବା ସହ ଏଥିପାଇଁ ପ୍ରସ୍ତୁତ କରୁଛନ୍ତି ରଣନୀତି ।