କିସ୍କୁ କେନ୍ଦ୍ର ଝଟକା, ଜମି ମାମଲାର ତଦନ୍ତ ନିର୍ଦ୍ଦେଶ

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆାଲ ସାଇନ୍ସେସ ତଥା କିସକୁ ବଡ ଝଟକା ଦେଇଛି କେନ୍ଦ୍ର ମନ୍ତ୍ରଣାଳୟ । କିସ୍ ପାଖରେ ଥିବା ଜଙ୍ଗଲ ଜମିର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ଏନେଇ ଜଙ୍ଗଲ ଜମି ହସ୍ତାନ୍ତର ମାମଲାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ମନ୍ତ୍ରଣାଳୟ । କିସ୍' ଜମି ମାମଲାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ଯେ, ଆଦିବାସୀ ମନ୍ତ୍ରାଳୟର ଚିଠି ଆମେ ପାଇଛୁ । ଏହା ଡିଷ୍ଟ୍ରିକ୍ଟ ୱେଲଫେୟାର କାର୍ଯ୍ୟାଳୟ ପାଖରେ ଅଛି। ଏହା ଉପରେ କରାଯାଉଛି ଅନୁଧ୍ୟାନ । ଆଗରୁ କ'ଣ ହୋଇଥିଲା ତାହା ଆମକୁ ଜଣା ନାହିଁ । ତେଣୁ ପୂର୍ବ କେସ୍ ରେକର୍ଡ ଷ୍ଟଡି କରାଯାଉଛି । ଏହି ମାମଲାରେ ବାସ୍ତବରେ କ'ଣ ହୋଇଛି ତାହାର ତଦନ୍ତ କରାଯିବ ବୋଲି ମନ୍ତବ୍ୟ ଦେଇଛନ୍ତି ଜିଲ୍ଲାପାଳ ।ସୂଚନାଯୋଗ୍ୟ , ଆଦିବାସୀ ପିଲାଙ୍କୁ ପାଠ ପଢାଇବା ଆଳରେ କିସ୍ କିଛି ସରକାରୀ ଜମି ହଡପ କରିଥିବା ହୋଇଛି ଅଭିଯୋଗ।
What's Your Reaction?






