କୁପୱାଡ଼ାରେ ସୁରକ୍ଷାବାହିନୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ

Jul 27, 2024 - 09:21
 0  3
କୁପୱାଡ଼ାରେ ସୁରକ୍ଷାବାହିନୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ

ଜାମ୍ମୁ-କାଶ୍ମୀର କୁପୱାଡ଼ାରେ ସୁରକ୍ଷାବାହିନୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ। ଏହି ଏନକାଉଣ୍ଟରରେ ସେନାର ୩ ଜଣ ଯବାନ୍ ହୋଇଛନ୍ତି ଆହାତ । ଆହାତ ଯବାନମାନଙ୍କୁ ଆର୍ମି ମେଡିକାଲରେ କରାଯାଇଛି ଭର୍ତ୍ତି । ବର୍ତ୍ତମାନ ସୁଦ୍ଧା କୁପୱାଡ଼ା ଜିଲ୍ଲାରେ ଜାରି ରହିଛି ସର୍ଚ୍ଚ ଅପରେସନ । ସୂଚନା ଅନୁଯାୟୀ, କୁପୱାଡ଼ାର କୁମକରୀ ଅଞ୍ଚଳରେ ୮ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଡ୍ରୋନ୍ ଏବଂ ହେଲିକପ୍ଟର ଯୋଗେ ଅଞ୍ଚଳର ପ୍ରତ୍ୟେକ କୋଣ ଅନୁକୋଣରେ ଛାନଭିନ୍ ଜାରି ରଖିଥିଲେ ସୁରକ୍ଷାବାହିନୀ ।

What's Your Reaction?

like

dislike

love

funny

angry

sad

wow