ଅଚାନକ ଭୁଶୁଡ଼ି ପଡିଲା ତିନି ମହଲା କୋଠା : ଅନେକ ଲୋକ ଚାପି ହୋଇଥିବା ସନ୍ଦେହ

Jul 27, 2024 - 11:09
 0  4
ଅଚାନକ ଭୁଶୁଡ଼ି ପଡିଲା ତିନି ମହଲା କୋଠା : ଅନେକ ଲୋକ ଚାପି ହୋଇଥିବା ସନ୍ଦେହ

ମୁମ୍ବାଇରେ ଶନିବାର ସକାଳୁ ଭୁଶୁଡ଼ିଛି ଏକ ତିନି ମହଲା କୋଠା । ନବି ମୁମ୍ବାଇର ଶାହବାଜ ଗାଁରେ ଗ୍ରାଉଣ୍ଡ ପ୍ଲେସସ୍ଥିତ ତିନି ମହଲା କୋଠା ଅଚାନକ ଭୁଶୁଡ଼ି ଥିବାବେଳେ ଅନେକ ଲୋକ ଚାପି ହୋଇଥିବା କରାଯାଉଛି ସନ୍ଦେହ । ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ କୋଠାରେ ରହୁଥିଲେ ୨୪ଟି ପରିବାର । କୋଠା ଭୁଶୁଡ଼ିବା ନେଇ ସୂଚନା ମିଳିବା ପରେ ପୁଲିସ, ଦମକଳ ବାହିନୀ, ଏନ୍‌ଡିଆରଏଫ୍‌ର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଜେସିବି ଦ୍ବାରା ଆବର୍ଜନା ସଫା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।  

What's Your Reaction?

like

dislike

love

funny

angry

sad

wow