୭୬୮ଟି ଦଳୀୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିବାକୁ ଯୋଜନା ରଖିଛି ବିଜେପି
ସମଗ୍ର ଦେଶରେ ୭୬୮ଟି ଦଳୀୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିବାକୁ ଯୋଜନା ରଖିଛି ଭାରତୀୟ ଜନତା ପାର୍ଟି। ସେଥିମଧ୍ୟରୁ ଶେଷ ହୋଇଛି ୫୬୩ଟି କାର୍ଯ୍ୟାଳୟ କାର୍ଯ୍ୟ। ଏବେ ୯୬ଟି କାର୍ଯ୍ୟାଳୟ ପାଇଁ ଜାରି ରହିଛି କାମ। ଶନିବାର ଏହା କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା। ପାନାଜୀ ନିକଟରେ ଗୋଆ ବିଜେପି ମୁଖ୍ୟାଳୟର ଶିଳାନ୍ୟାସ ସମାରୋହରେ ଯୋଗ ଦେବା ଅବସରରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ସମାରୋହକୁ ସମ୍ବୋଧିତ କରି କହିଛନ୍ତି। ପ୍ରତ୍ୟେକ ରାଜ୍ୟର ରାଜଧାନୀରେ ବିଜେପି ମୁଖ୍ୟାଳୟ ଏବଂ ପ୍ରତ୍ୟେକ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଥିଲା ମୋଦୀ-ଶାହଙ୍କ ଏକ ପ୍ରମୁଖ ନିଷ୍ପତ୍ତି ।
What's Your Reaction?