ଅପରାଜିତା ବିଲ୍କୁ ମିଳିଲା ନାହିଁ ରାଜ୍ୟପାଳଙ୍କ ଅନୁମୋଦନ

Sep 6, 2024 - 17:19
 0  4
ଅପରାଜିତା ବିଲ୍କୁ ମିଳିଲା ନାହିଁ ରାଜ୍ୟପାଳଙ୍କ ଅନୁମୋଦନ

ଦିଦିଙ୍କୁ ଲାଗିଲା ଜୋରଦାର ଝଟକା  ଅପରାଜିତା ବିଲ୍କୁ ମିଳିଲା ନାହିଁ ରାଜ୍ୟପାଳଙ୍କ ଅନୁମୋଦନ। ଓଲଟା ଦିଦିଙ୍କୁ ଦୋଷ ଲଦିଦେଲେ  ରାଜ୍ୟପାଳ ଆନନ୍ଦ ବୋଷ। ରାଜ୍ୟପାଳ କହିଛନ୍ତି ଯେ ମମତା ସରକାରଙ୍କ କାରଣରୁ ଏବେ ବି ପଡ଼ି ରହିଛି ଅପରାଜିତା ବିଲ୍ । ମମତା ସରକାର ବିଲ୍ ସହ ପଠାଇ ନାହାନ୍ତି ବୈଷୟିକ ରିପୋର୍ଟ । ଅପରାଜିତା ବିଲ୍‌କୁ ବୈଷୟିକ ରିପୋର୍ଟ ବିନା ମିଳିପାରିବ ନାହିଁ ଅନୁମୋଦନ। ରାଜଭବନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମମତା ସରକାରଙ୍କ ଏହି ଆଭିମୁଖ୍ୟରେ ଖୁସି ନୁହଁନ୍ତି ରାଜ୍ୟପାଳ ଆନନ୍ଦ ବୋଷ। ମହିଳାଙ୍କ ସହ ଜଡ଼ିତ ଏହି ବିଲ୍ ପାଇଁ କୌଣସି ପ୍ରସ୍ତୁତି କରିନାହାନ୍ତି ମମତା ସରକାର । ଅତୀତରେ ମଧ୍ୟ ଏହା କରି ଆସୁଛନ୍ତି ଦିଦି। ମମତା ସରକାର ପୂର୍ବରୁ ବିଧାନସଭାରେ ପାରିତ ହୋଇଥିବା ଅନେକ ବିଲ୍ର ବୈଷୟିକ ରିପୋର୍ଟ ରାଜଭବନକୁ ପଠାଇ ନଥିବାରୁ ପଡ଼ି ରହିଛି ସେହି ବିଲ। ପରେ ଯାହା ପାଇଁ ରାଜଭବନକୁ ଦୋଷ ଦେଇଛନ୍ତି ମମତା ବାନାର୍ଜୀ। ବିଧାନସଭାରେ ଏହି ବିଲ୍ ପାରିତ ହେବା ପରେ ଏହାକୁ ପଠାଯାଇଥିଲା ରାଜ୍ୟପାଳଙ୍କ ନିକଟକୁ। ଏଠାରୁ ପାରିତ ହେବା ପରେ ଏହି ବିଲ୍ ପଠାଯିବ ରାଷ୍ଟ୍ରପତିଙ୍କ ନିକଟକୁ। ଏଠାରୁ ମୋହର ଲାଗିବା ପରେ ହିଁ ଏହି ବିଲ୍ ପରିଣତ ହୋଇପାରିବ ଆଇନରେ । ରାଜ୍ୟପାଳ ଆନନ୍ଦ ବୋଷ ଏହି ବିଲ୍କୁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଅରୁଣାଚଳ ପ୍ରଦେଶର ବିଲ୍ର ନକଲ ବୋଲି କରିଛନ୍ତି ବର୍ଣ୍ଣନା।

What's Your Reaction?

like

dislike

love

funny

angry

sad

wow