୫ ବର୍ଷରେ ବଳାତ୍କାରର ଶିକାର ହୋଇଛନ୍ତି ୫୭୨ ଆଦିବାସୀ ଛାତ୍ରୀ ଓ ମହିଳା

Sep 6, 2024 - 17:13
 0  4
୫ ବର୍ଷରେ ବଳାତ୍କାରର ଶିକାର ହୋଇଛନ୍ତି ୫୭୨ ଆଦିବାସୀ ଛାତ୍ରୀ ଓ ମହିଳା

ରାଜ୍ୟରେ ଗତ ୫ ବର୍ଷରେ ବଳାତ୍କାରର ଶିକାର ହୋଇଛନ୍ତି ୫୭୨ ଆଦିବାସୀ ଛାତ୍ରୀ ଓ ମହିଳା । ଶୁକ୍ରବାର ବିଧାନ ସଭାରେ ଜୟପୁର ବିଧାୟକଙ୍କ  ପ୍ରଶ୍ନରେ ଅନୁ ସୁଚିତ ଜାତି ଜନଜାତି  ଉନ୍ନୟନ ମନ୍ତ୍ରୀ ଏନେଇ ରଖିଛନ୍ତି ଉତ୍ତର। ରାଜ୍ଯର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ୫୭୨ ମାମଲାରୁ ୩୨ଟି ମାମଲାର ହୋଇଛି ଫଇସଲା । ୫୦୯ ମାମଲାରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ୩୧ଟି ମାମଲା ବିଚାରାଧୀନ ଥିବା କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଧାନସଭା ପ୍ରଶ୍ନକାଳରେ ଜୟପୁର ବିଧାୟକ ତାରା  ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

What's Your Reaction?

like

dislike

love

funny

angry

sad

wow