ଆଜି ଶ୍ରୀମନ୍ଦିରରେ ଚକ୍ରନାରାୟଣ ଏକାଦଶୀ ହେବ ପାଳିତ

Jul 31, 2024 - 13:13
 0  2
ଆଜି ଶ୍ରୀମନ୍ଦିରରେ ଚକ୍ରନାରାୟଣ ଏକାଦଶୀ ହେବ ପାଳିତ

ଆଜି ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ ବା ଚକ୍ରନାରାୟଣ ଏକାଦଶୀ ହେବ ପାଳିତ । ପ୍ରଭୁ ଚକ୍ରନାରାୟଣ ବିମାନରେ ବସି ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଚରି ଆଶ୍ରମରେ ବିଜେ ହେବା ସହ ନଗର ପରିକ୍ରମା କରିବେ । ଚକ୍ରନାରାୟଣ ହେଉଛନ୍ତି ମହାପ୍ରଭୁଙ୍କ ସୁଦର୍ଶନ ଚକ୍ର । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଏହି ନୀତି ସମ୍ପନ୍ନ ହୋଇଥାଏ । ପୈାରାଣିକ କଥା ଅନୁଯାୟୀ ,ଆଗକାଳରେ ଶ୍ରୀକ୍ଷେତ୍ରରେ ମହାମାରୀରେ ପଡି ଅନେକ ଲୋକ ମୃତ୍ୟୁ ବରଣ କରୁଥିଲେ । ଆଉ ଏସବୁର ଖବର ନେବା ପାଇଁ ମହାପ୍ରଭୁ ତାଙ୍କ ଆୟୁଧ ଚକ୍ରନାରାୟଣଙ୍କୁ ନଗର ପଠାଉଥିଲେ । 

What's Your Reaction?

like

dislike

love

funny

angry

sad

wow