କଳାହାଣ୍ଡି ଜିଲ୍ଲାରେ ପୁଣି ଲାଗିଲା ମାଓ ପୋଷ୍ଟର
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପୋଖରୀଘାଟ ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ରାସ୍ତାକଡରେ ଏକ ମାଓ ପୋଷ୍ଟର ଲାଗିଥିବା ବେଳେ ପୋଷ୍ଟରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏଁ ସହିଦ ସପ୍ତାହ ପାଳନ କରିବା ପାଇଁ ଲୋକଙ୍କୁ ଚେତାବନୀ ଦିଆଯାଇଛି । ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀମାନଙ୍କୁ ନ୍ୟାୟ ଦାବିରେ ଏହି ସହିଦ ସପ୍ତାହ ପାଳନ କରାଯାଉଥିବ ପୋଷ୍ଟରରେ ଲେଖାଯାଇଛି । ଯାହାକୁ ନେଇ ଗାଁରେ ଲୋକମାନେ ଭୟଭୀତ ହୋଇଯାଇଛନ୍ତି ।
What's Your Reaction?