ରତ୍ନଭଣ୍ଡାର ସ୍ଥିତି ନେଇ ଆଜି ପୂର୍ବାହ୍ନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Jul 29, 2024 - 10:09
 0  5
ରତ୍ନଭଣ୍ଡାର ସ୍ଥିତି ନେଇ ଆଜି ପୂର୍ବାହ୍ନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ସ୍ଥିତି ନେଇ ଆଜି ପୂର୍ବାହ୍ନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବାକୁ ଥିବା ଏହି ବୈଠକରେ ଯୋଗ ଦେବେ ଏଏସଆଇ ଅଧିକାରୀମାନେ । ବାହାର ଓ ଭିତର ଭଣ୍ଡାରରୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇସାରିଛି । ଏଏସଆଇ ପକ୍ଷରୁ ପ୍ରାଥମିକ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ କେବେ ଏହାର ମରାମତି ହେବ, ସେ ନେଇ ଆଜିର ବୈଠକରେ କରାଯିବ ଆଲୋଚନା । ସେପଟେ ଆଜି ଏନଏମଏ  ମହାନିର୍ଦ୍ଦେଶକ କିଶୋର ବାସା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବା ପାଇଁ ଆସିବେ। ଏନଏମଏ ନିୟମ ଅନୁଯାୟୀ କାର୍ଯ୍ୟ କରାଯାଇଛି କି ନାହିଁ ତା ଉପରେ ଅନୁଧ୍ୟାନ କରିପାରନ୍ତି।

What's Your Reaction?

like

dislike

love

funny

angry

sad

wow