ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଚାରି ଗିରଫ
ଗଣଦୁଷ୍କର୍ମ ଅଭିଯୋଗରେ ଚାରି ଗିରଫ। ଅନୁଗୁଳ ଗୋପବନ୍ଧୁ ଉଦ୍ୟାନ ଅଞ୍ଚଳରୁ ୨ ଜଣ ଯୁବତୀଙ୍କୁ କାରରେ ବସାଇ ନେଇ ଜଙ୍ଗଲ ଭିତରେ ମଦ୍ୟପାନ କରି ୫ ଜଣ ଯୁବକ ଗଣ ବଳାତ୍କାର କରିଥିବା ହୋଇଥିଲା ଅଭିଯୋଗ। ଏହି ମାମଲାରେ ପୁଲିସ ତଦନ୍ତ କରି ୩ ଜଣଙ୍କୁ କରିଛି ଗିରଫ । ସୂଚନା ଅନୁସାରେ ଜରପଡା ଥାନା ଅଞ୍ଚଳର ଜଣେ ଯୁବତୀ ଆଉ ଜଣେ ଯୁବତୀଙ୍କ ସହ ଉଦ୍ୟାନରେ ବସିଥିବା ସମୟରେ ଜଣେ ଯୁବକ ପହଞ୍ଚି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଏହାର କିଛି ସମୟ ପରେ ଆଉ ୪ ଜଣ ଯୁବକ ସେଠାରେ ପହଞ୍ଚିଥିଲେ ଏକ କାରରେ। ଉଦ୍ୟାନ ଭିତରୁ ଦୁଇ ଯୁବତୀଙ୍କୁ ନେଇ ଜଙ୍ଗଲରେ କରିଥିଲେ ଦୁଷ୍କର୍ମ। କୌଶଳକ୍ରମେ ଜଣେ ଯୁବତୀ ସେଠାରୁ ଖସି ଆସି ଅନୁଗୁଳ ଥାନାରେ କରିଥିଲେ ଅଭିଯୋଗ। ଏହା ପରେ ପୋଲିସ ଚଢାଉ କରି ଗିରଫ କରିଛି ଅଭିଯୁକ୍ତଙ୍କୁ ।
What's Your Reaction?