ଛାତ୍ରଛାତ୍ରୀଙ୍କ ସମପୋଷାକରେ ହେବନାହିଁ କୌଣସି ପରିବର୍ତ୍ତନ

Jul 5, 2024 - 12:56
 0  2
ଛାତ୍ରଛାତ୍ରୀଙ୍କ ସମପୋଷାକରେ ହେବନାହିଁ କୌଣସି ପରିବର୍ତ୍ତନ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ପୋଷାକ ବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ରାଜ୍ୟର ସମସ୍ତ ସରକାରୀ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ଜଣକ ପିଛା ୫୦୦ ଟଙ୍କା ମୂଲ୍ୟରେ ହଳ ବିଦ୍ୟାଳୟ ପୋଷାକ ପ୍ରଦାନ କରାଯିବ। ଚଳିତ ବର୍ଷ ପୋଷାକର ରଙ୍ଗ ପରିପାଟୀରେ ହେବନାହିଁ କୌଣସି ପରିବର୍ତ୍ତନ ଆସନ୍ତା ବର୍ଷଠାରୁ ସ୍କୁଲ ୟୁନିଫର୍ମ ପରିବର୍ତ୍ତନ କରାଯିବ ବୋଲି ଦିଆଯାଇଛି ସୂଚନା ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଦୁଇ ହଳ ଫ୍ରକ୍ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀମାନଙ୍କୁ ଏକ ହଳ କମିଜ, ଶାଲୱାର ଓଢ଼ଣୀ ଯୋଗାଇ ଦିଆଯିବ। ତେବେ ସମସ୍ତ ଶ୍ରେଣୀର ପୋଷାକ ବଣ୍ଟନ ପ୍ରକ୍ରିୟା ଜୁଲାଇ ୩୦ ସୁଦ୍ଧା ଶେଷ କରାଯିବ। ଜିଲା ଶିକ୍ଷାଧିକାରୀ, ଜିଲା ପ୍ରକଳ୍ପ, ଗୋଷ୍ଠୀ ଶିକ୍ଷାଧିକାରୀ ଏହି ପୋଷାକ ବିତରଣ ପ୍ରକ୍ରିୟାକୁ ତଦାରଖ କରିବା ସହ ଏହାର ସ୍ବଚ୍ଛତା ନିରପେକ୍ଷତା ଉପରେ ଅଧିକ ଗୁରୁତ୍ତ୍ୱ ଦେବାକୁ କୁହାଯାଇଛି। ତେବେ ପ୍ରତି ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପିଲା ଉତ୍ତମମାନର ପୋଷାକ ପାଇଛନ୍ତି ବୋଲି ଏକ ପ୍ରମାଣପତ୍ର ଦେବେ। ପ୍ରତି ଦିନ ଅନ୍ତରରେ ପୋଷାକ ବିତରଣ ସମ୍ବନ୍ଧୀୟ ସୂଚନା ସରକାରଙ୍କ ନିକଟରେ ଦାଖଲ ହେବ। ଏନେଇ ଜିଲା ସ୍ତରରେ ଜିଲା ଶିକ୍ଷାଧିକାରୀ ତଥ୍ୟ ସଂଗ୍ରହ କରିବେ।

What's Your Reaction?

like

dislike

love

funny

angry

sad

wow