ଦେଶୀ ମଦ ପିଇ ଅସୁସ୍ଥ ହେବା ଘଟଣାରେ ୫ ଜଣଙ୍କୁ କରାଯାଇଛି ଗିରଫ

Aug 20, 2024 - 14:07
 0  1
ଦେଶୀ ମଦ ପିଇ ଅସୁସ୍ଥ ହେବା ଘଟଣାରେ ୫ ଜଣଙ୍କୁ କରାଯାଇଛି ଗିରଫ

ଗଞ୍ଜାମରେ ଦେଶୀ ମଦ ପିଇ ଅସୁସ୍ଥ ହେବା ଘଟଣାରେ ୫ ଜଣଙ୍କୁ କରାଯାଇଛି ଗିରଫ। ସୋମବାର ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଚିକିଟି,  କରବାଲୁଆ, ଜେନାପୁର ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୬ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ହୋଇଥିଲା ଅଭିଯୋଗ। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିଟିରେ ଚିକିତ୍ସିତ ହେଉଛନ୍ତି ଦୁଇ ଜଣ। ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ କରୁଛନ୍ତି ଚିକିତ୍ସା। ସେପଟେ ଆଜି ଅବକାରୀ କମିଶନର ନରସିଂହ ଭୋଳ ଏମକେସିଜି ମେଡିକାଲ ଯାଇ ସ୍ଥିତି ଅନୁଧ୍ୟାନ କରିଥିବାବେ​‌ଳେ ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍  ମାଇନ୍ଦପୁର ଗାଁରେ ପହଞ୍ଚିଥିବା ଜଣାପଡିଛି।

What's Your Reaction?

like

dislike

love

funny

angry

sad

wow