ସାରା ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ

Jul 26, 2024 - 13:30
 0  1
ସାରା ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ

ଆଜି ସାରା ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ । ୧୯୯୯ରେ ପାକିସ୍ତାନ ସହ କାର୍ଗିଲ ଯୁଦ୍ଧରେ ଭାରତର ବିଜୟକୁ ୨୫ବର୍ଷ ପୂର୍ତ୍ତି ଅବସରରେ ସବୁଠି କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି । ଆଜି ଲଦାଖର ଦ୍ରାସରେ ପହଞ୍ଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତିନି ସେନାର ମୁଖ୍ୟ । ଉଦବୋଧନ ଦେଇ ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି ମୋଦୀ । ଏହି ଅବସରରେ ମୋଦୀ କହିଛନ୍ତି ‘ଆମେ କେବଳ ଯୁଦ୍ଧ ଜିତି ନାହୁଁ, ବରଂ ସତ୍ୟ, ସଂଯମତା ଏବଂ ଶକ୍ତି ମଧ୍ୟ ପ୍ରଦର୍ଶନ କରିଛୁ । ସେହିପରି ଶିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିବେ ମୋଦି ।

What's Your Reaction?

like

dislike

love

funny

angry

sad

wow